ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ଭୋକ ନଲାଗିବା ଶରୀରକୁ ପହଞ୍ଚାଇଥାଏ ଅନେକ ପ୍ରକାର କ୍ଷତି, ଜାଣନ୍ତୁ କିପରି

ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ ।

ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ । ଯେଉଁଥିରେ କୋଷ୍ଟକାଠିନ୍ୟ, ପାଚନ ସମ୍ବନ୍ଧୀୟ ସମସ୍ୟା, ଖରାପ ଖାଦ୍ୟପାନୀୟ, ଭୁଲ ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ସାମିଲ ଅଛି । ସେହିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବାର ସ୍ଥିତିକୁ ଡାକ୍ତରୀ ଭାଷାରେ ଏନୋରେକ୍ସିଆ କୁହାଯାଏ ।

ଭୋକ ନଲାଗିବାର କେତେକ ସଂକେତ

– ଖାଦ୍ୟ ପ୍ରତି ଆଗ୍ରହ ନହେବା
– ସାମାନ୍ୟ ଖାଇବା ପରେ ପେଟ ଭରିଯିବା
– ଖାଇବା ସମୟରେ ଥକାପଣ ଅନୁଭବ ହେବା, ଖାଇବା ଅଧାରୁ ଉଠିଯିବା
– ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ଉତ୍ସାହ ନହେବା
– ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା

୧)  ଭୋକ ନହେବାର ପ୍ରମୁଖ କାରଣ ଚିନ୍ତା । ଏହାସହିତ ନିମୋନିୟା, ହେପାଟାଇଟିସ୍, ଲିଭର ଫୁଲିବା ବା ଜଳାପୋଡା ହେବା, କଡନୀ କର୍କଟର ଲକ୍ଷଣ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୋକ ବଢାଇବା ପାଇଁ କିଛି ଉପାୟ ଆପଣାନ୍ତୁ ।

୨) ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ନିୟମିତ ସକାଳୁ ବ୍ୟାୟାମ କରିବା । ବ୍ୟାୟାମ କରୁଥିବା ବ୍ୟକ୍ତି କଦାପି ଭୋକ ନହେବାର ଅନୁଭବ କରନ୍ତି ନାହିଁ । ଖାଦ୍ୟ ଖାଇବାର ସମୟ ଏବଂ ମାତ୍ରା ନିର୍ଦ୍ଧାରି କରନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ୱାରା ଠିକ୍ ସମୟରେ ଭୋକ ଲାଗିଥାଏ ।

୩) ଭୋକ ବଢାଇବା ଜିନିଷ ସେବନ କରନ୍ତୁ । ଯେପରିକି ସେଓ ଜୁସ୍, ମୂଳା, ଜୁଆଣି, କଳାଲୁଣ, ଗୁଜୁରାତି ।

୪) ମସ୍ତିଷ୍କର ହାଇପୋଥ୍ୟାଲେମସ ବିଶିଷ୍ଟ ଅଂଶ ହିଁ ଭୋକ ନିୟନ୍ତ୍ରଣ କରିଥାଏ । ଏହି ଅଂଶକୁ ଜାଗୃତ ରଖିବା ପାଇଁ ପ୍ରାଣାୟମ କରନ୍ତୁ । ଯଦି ଏଭଳି କରିବା ପରେ ବି ଭୋକ ଲାଗୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭୋକ ବଢାଇବା ପାଇଁ ମେଡିସିନ୍ ଦୋକାନରେ ଅନେକ ଟନିକ୍ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ନିଅନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.