ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ବଢାଇଲେ ଦର

ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ବଢାଇଲେ ଦର

ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି ।

ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି । ସେହିପରି ହିନ୍ଦୁସ୍ତାନ ୟୁନିଲିଭର କଫି, ଚା’ ଆଦି ସାମଗ୍ରୀର ଦର ବଢ଼ାଇଛନ୍ତି । କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ଏସବୁର ମୂଲ୍ୟ ବୃଦ୍ଧି କରାଯାଇଛି । ମାଗି ନୁଡୁଲସର ଦାମ ପାଖାପାଖି ୯ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ନେସଲେର ୧ ଲିଟର କ୍ଷୀରର ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି ।

 

ସେହିପରି ହିନ୍ଦୁସ୍ତାନ ୟୁନିଲିଭରର ଚା’ ଓ କଫି ପାଉଡରର ରେଟ୍ ବୃଦ୍ଧି ହୋଇଛି । ବ୍ରୁ କଫି ୩ରୁ ୭ ପ୍ରତିଶତ ବଢ଼ିଛି । ତାଜ ମହଲ ଚା’ର ମୂଲ୍ୟ ମଧ୍ୟ ବୃଦ୍ଧି କରିଛି କଂପାନୀ । ବ୍ରୁକ୍ ବଣ୍ଡ ଚା’ ପ୍ୟାକେଟର ମୂଲ୍ୟ ମଧ୍ୟ ମହଙ୍ଗା ହୋଇଛି । ସାଧାରଣ ଖାଉଟିଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.