ସରକାରଙ୍କୁ ସହାୟତା ମାଗୁଛନ୍ତି ମହାଭାରତର ‘ଭୀମ’

ସରକାରଙ୍କୁ ସହାୟତା ମାଗୁଛନ୍ତି ମହାଭାରତର ‘ଭୀମ’

ଯେତେବେଳେ ଦର୍ଶକ ‘ମହାଭାରତ’କୁ ମନେ ପକାନ୍ତି, ସେତେବେଳେ ପ୍ରଥମ ନାମ ଆସିଥାଏ’ ଗଦାଧାରୀ ଭୀମ’ ।

 ଯେତେବେଳେ ଦର୍ଶକ ‘ମହାଭାରତ’କୁ ମନେ ପକାନ୍ତି, ସେତେବେଳେ ପ୍ରଥମ ନାମ ଆସିଥାଏ’ ଗଦାଧାରୀ ଭୀମ’ । ତେବେ ଏହି ଚରିତ୍ରରେ ଅଭିନୟ କରୁଥିବା ପ୍ରବୀଣ କୁମାର ସୋବତୀ ମଧ୍ୟ ସଭିଙ୍କର ବେଶ ପ୍ରିୟ ଥିଲେ । ପ୍ରବୀଣ କେବଳ ନିଜର ଚରିତ୍ର ପାଇଁ ଅଭିନୟ ଜଗତରେ ଖ୍ୟାତ ନାହାଁନ୍ତି, ବରଂ କ୍ରୀଡା କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଅଭିନେତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ ।ଦୁଃଖ କଷ୍ଟରେ ଜୀବନ ବିତାଉଥିବା ପ୍ରବୀଣ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଅର୍ଥାତ୍ ପେନସନ ପାଇଁ ନିବେଦନ କରିଛନ୍ତି । ଅଭିନେତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ପଞ୍ଜାବରେ ସରକାର ଗଠନ କରିଥିବା ସମସ୍ତ ସରକାରଙ୍କ ନିକଟରେ ମୋର ଅଭିଯୋଗ ଅଛି । ଯେତେ ଖେଳାଳୀ ଯେଉଁମାନେ ଏସୀୟ ଖେଳରେ ପଦକ ଜିତନ୍ତି ସେମାନଙ୍କୁ ପେନସନ ଦିଆଯିବାର ବ୍ୟବସ୍ଥା ଅଛି । ତଥାପି, ମୋତେ ଏହି ଅଧିକାରରୁ ବଞ୍ଚିତ କରାଯାଇଛି । 

 

ଏବେ ୭୬ ବର୍ଷୀୟ ପ୍ରବୀଣ କୁମାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ସମୟ ଏମିତି ହୋଇଛି ସେ ଆ ତା ପାଖରେ ହାତ ପତାଉଛନ୍ତି । ଶରୀରର ସୁସ୍ଥ ନଥିବାରୁ ଦୀର୍ଘଦିନ ଧରି ସେ ଘରେ ରହିଛନ୍ତି । ସ୍ପାଇନାଲ ସମସ୍ୟା କାରଣରୁ ସେ କୌଣସି କାମ କରିପାରୁନାହାଁନ୍ତି । ଦିନଥିଲା ପ୍ରବୀଣଙ୍କୁ ସମସ୍ତେ ଭୀମ ବୋଲି ଜାଣିଥିଲେ ଏବେ କେହି ପଚାରୁନାହାଁନ୍ତି । ଏବେ ତାଙ୍କ ପତ୍ନୀ ତାଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ତେବେ ପେଟ ପୋଷିବାକୁ ଓ ରୋଗ ଦୂର କରିବାକୁ ପାଖରେ ନାହିଁ ଧନ । ଫଳରେ ସେ ସରକାରଙ୍କୁ ନିବେଦନ କରିଛନ୍ତି ପେନସନ କିମ୍ୱା ସହାୟତା ଦେବାକୁ ନିବେଦନ କରୁଛନ୍ତି ।

ପଢନ୍ତୁ: ବିବାଦରେ ସନ୍ନି ଲିଓନ୍‌ଙ୍କ ‘ମଧୁବନ୍‌ ମୈଁ ରାଧିକା ନାଚେ’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.