ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ନୀତି ନିର୍ଘଣ୍ଟ ବୈଠକ ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏଥର ରାତି ୧୦ଟାରେ ମହାଦୀପ ଉଠିବ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ନୀତି ନିର୍ଘଣ୍ଟ ବୈଠକ ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏଥର ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତି ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଖୋଲିବ। ଭୋର୍‌ ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର୍‌ ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜୀଉଙ୍କ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ସେହିପରି ସଂଧ୍ୟା ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଅନୁଷ୍ଠିତ ହେବ। ୮ଟା ୫୫ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ। ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ଏହା ପରେ ଚାରି ପ୍ରହର ପୂଜା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.