ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ୍‌

ଖୁବ୍‌ ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ୍‌

ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି ।

ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସମ୍ପର୍କକୁ ପ୍ରାୟ ୬ବର୍ଷ ହୋଇଗଲାଣି । ଉଭୟ ଏହି ସମ୍ପର୍କକୁ ନେଇ ବେଶ୍ ଖୁସି ଅଛନ୍ତି । ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍ ରହିଥିବା ବେଳେ ଏବେ ଉଭୟ ଏହାକୁ ନେଇ ବେଶ୍ ଖୁସି ଲାଗୁଛନ୍ତି । ଖୋଲାଖୋଲି ଭାବରେ ନିଜ ସମ୍ପର୍କକୁ ପ୍ରକାଶ କରୁଥିବା ବେଳେ ପ୍ରାୟ ସ୍ଥାନରେ ଏକଠି ନଜର ଆସୁଛନ୍ତି। ବର୍ତ୍ତମାନ ଆଲୋଚନା ସବୁଆଡେ ହେଉଛି କି ଏହି ଦମ୍ପତି ଖୁବ୍‌ ଶୀଘ୍ର ବିବାହ କରିବେ ।

ଆଜ୍ଞା ହଁ, ଖୁବ୍‌ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇପାରେ। ମଲାଇକା ଏବଂ ଅର୍ଜୁନ ବିବାହ କରିବେ। ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହାକୁ ସୂଚିତ କରିଛନ୍ତି। ପୋଷ୍ଟ ସେୟାର କରି କହିଛନ୍ତି ଆଇ ସେଡ୍‌ ୟେସ୍‌… ଯେଉଁଥିରେ ସେ ଲାଜଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋ ଦେଖି ପ୍ରଶଂସକମାନେ ନା ନା କଳ୍ପନା କରୁଥିବାବେଳେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ୟୁଜର୍ସ ମଲାଇକା- ଅର୍ଜୁନଙ୍କୁ ଅଭିନନ୍ଦନ ଦେଉଥିବାର ନଜର ଆସିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.