ଆଜି ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ପୁରୀରେ ପହଞ୍ଚିଛନ୍ତି ଦିଦି। ଆଜି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ମମତା ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଯାତ୍ରୀଙ୍କ ପାଇଁ ବଳିଆପଣ୍ଡାରେ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅପରାହ୍ନ ପ୍ରାୟ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ନିର୍ମାଣନିବାସକୁ ଫେରି ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।