ମମିତା ମିଷ୍ଟ୍ରି

ମମିତା ମିଷ୍ଟ୍ରି

କଳାହାଣ୍ଡିର ଜଣେ ସ୍କୁଲ ଅଧ୍ୟକ୍ଷା ହଠାତ୍ ରାସ୍ତାରୁ ନିଖୋଜ୍ ହେବା ଏବଂ ଏହି ଘଟଣାରେ ଆଜି ମହାଲିଙ୍ଗ୍ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ଏହି ମାମଲାକୁ ଏବେ ଅଧିକ ରହସ୍ୟମୟ କରିଦେଇଛି ।

କଳାହାଣ୍ଡିର ଜଣେ ସ୍କୁଲ ଅଧ୍ୟକ୍ଷା ହଠାତ୍ ରାସ୍ତାରୁ ନିଖୋଜ୍ ହେବା ଏବଂ ଏହି ଘଟଣାରେ ଆଜି ମହାଲିଙ୍ଗ୍ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ଶବ ଉଦ୍ଧାର ହେବା ଏହି ମାମଲାକୁ ଏବେ ଅଧିକ ରହସ୍ୟମୟ କରିଦେଇଛି । ପୋଲିସର ତଦନ୍ତ ଯେତେ ଯେତେ ଆଗକୁ ବଢୁଛି, ଲୋକଙ୍କ ମନରେ ସେତେ ଅଧିକ ପ୍ରଶ୍ନ ତିଆରି ହେଉଛି ।କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଯାହା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ମମିତା ମେହେରଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି । ଏହିଘଟଣାର ଅନେକ କଥା ରହସ୍ୟମୟୀ ଭଳି ଲାଗୁଛି, ଜାଣନ୍ତୁ କି ପ୍ରଶ୍ନ ରହିଛି ସାଧାରଣଙ୍କ ମନରେ।

  1. ମମିତାଙ୍କ ପରିବାର ସିଧାସଳଖ ଗୋବିନ୍ଦ ସାହୁଙ୍କ ହାତ ଥିବାନେଇ ଅଭିଯୋଗ କଲାପରେ ତାଙ୍କୁ ଗିରଫ କରିବାରେ ବିଳମ୍ବ ହେଇଥିଲା କାହିଁକି?
  2. ନିଖୋଜ ହେବା ପୂର୍ବରୁ ଗୋବିନ୍ଦଙ୍କ ଗାଡିରେ ଯାଇଥିଲେ ମମିତା ମେହେର । ଅଧା ବାଟରୁ ଆସି ମମିତାଙ୍କୁ ତାଙ୍କ ସ୍କୁଲ ମାଲିକ ଗାଡିରେ ନେଇଯାଇଥିଲା । ଯାହାର ସିସିଟିଭି ଭିଜୁଆଲ୍ ଏବେ ସାମ୍ନାକୁ ଆସିଛି । ତେବେ ମାମିତାଙ୍କ ନିଖୋଜ ହେବା ପଛରେ ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି।
  3. ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହେଲେ କିପରି?
  4. ଷ୍ଟାଡିୟମରେ ମୃତଦେହ ପୋତା ହୋଇଛି ବୋଲି ପୋଲିସ୍ କେମିତି ଜାଣିବାକୁ ପାଇଲା? ପୋଲିସକୁ ଏ ସମ୍ବନ୍ଧରେ କିଏ ସୂଚନା ଦେଲା? ମୃତଦେହ ପୋତା ଯାଇଥିବା ନିର୍ଦ୍ଧିଷ୍ଟ ସ୍ଥାନକୁ ପୋଲିସ କେମିତି ଜାଣିଲା ?

ପଢନ୍ତୁ: ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.