ତ୍ୱଚା ପାଇଁ ବେଶ୍ ଲାଭଦାୟକ ଆମ୍ବ,ଜାଣନ୍ତୁ କ’ଣ ଫାଇଦା

ତ୍ୱଚା ପାଇଁ ବେଶ୍ ଲାଭଦାୟକ ଆମ୍ବ,ଜାଣନ୍ତୁ କ’ଣ ଫାଇଦା

ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କର ପସନ୍ଦ ଥାଏ । ଏହାର ସ୍ୱାଦ ଜେମିତି ମିଟା ବାସ୍ନା ମଧ୍ୟ ସେମିତି । ଫଳ ମଧ୍ୟରେ ଆମ୍ବକୁ ଫଳର ରାଜା ବୋଲି କୁହାଯାଏ ।

ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କର ପସନ୍ଦ ଥାଏ । ଏହାର ସ୍ୱାଦ ଜେମିତି ମିଟା ବାସ୍ନା ମଧ୍ୟ ସେମିତି । ଫଳ ମଧ୍ୟରେ ଆମ୍ବକୁ ଫଳର ରାଜା ବୋଲି କୁହାଯାଏ । ସ୍ୱାଦରେ ଭଲ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ଭିଟାମିନ୍ ଥାଏ ଯେପରିକି ଭିଟାମିନ୍-ଏ, ସି ଏବଂ ଡି ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଆମ୍ବ ଫାଇବର ଏବଂ ମିନେରାଲରେ ମଧ୍ୟ ପରିପୂର୍ଣ୍ଣ । ଆମ୍ବକୁ ଭିନ୍ନ ଭିନ୍ନ ଉପାୟରେ ଖାଇବାକୁ ଲୋକେ ପସନ୍ଦ କରନ୍ତି । ଏହାକୁ କେବଳ ଫଳ, ଜୁସ୍ କିମ୍ବା ସେକ୍ ଆକାରରେ ଗ୍ରହଣ କରାଯାଇନଥାଏ ବରଂ ଏହାର ଚଟଣୀ ତିଆରି କରି ମଧ୍ୟ ଖିଆଯାଇଥାଏ । ଆମ୍ବ ଓଜନ ହ୍ରାସ କରିବାରେ ବେଶ୍ ପ୍ରଭାବଶାଳୀ । ଆମ୍ବ ଟାକୁଆରେ ଥିବା ଫାଇବର ଶରୀରର ଚର୍ବି ହ୍ରାସ କରିବାରେ ଅତ୍ୟନ୍ତ ଲାଭଦାୟକ । ଏହା ବ୍ୟତୀତ ଆମ୍ବ ଖାଇବା ପରେ ଭୋକ ମଧ୍ୟ କମିଯାଏ । ଯାହା ଅଧିକ ଖାଇବା ଆଶଙ୍କାକୁ କମ୍ କରିଥାଏ । ଆମ୍ବ ଚର୍ମ ପାଇଁ ମଧ୍ୟ ବେଶ୍ ଉପକାରୀ । ଆମ୍ବର ଏକ ପ୍ୟାକ୍ ଲଗାଇବା କିମ୍ବା ଏହାକୁ ମୁହଁରେ ଘଷିବା ଦ୍ୱାରା ଚେହେରାରେ ଚମକ ଆସିଥାଏ । ଆମ୍ବରେ ଫାଇବର ଏବଂ ଭିଟାମିନ୍ ଭରପୁର ରହିଛି । ଯାହା କୋଲେଷ୍ଟ୍ରୋଲକୁ ହ୍ରାସ କିମ୍ବା ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ । ଆମ୍ବ ଭିଟାମିନ୍ ଏ ର ଏକ ଉତ୍ତମ ଉତ୍ସ । ଯାହା ଆଖି ପାଇଁ ବେଶି ଲାଭଦାୟକ । ଏହାଦ୍ୱାରା ଦୃଷ୍ଟିଶକ୍ତି ଭଲ ରହେ । ଆମ୍ବରେ ଏନଜାଇମ୍ ଥାଏ ଯାହା କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଯାହା ଖାଦ୍ୟକୁ ଶକ୍ତିରେ ପରିଣତ କରିବାରେ ସାହାଯ୍ୟ କରିଥାଏ । ଆମ୍ବରେ ଭିଟାମିନ୍ ବି ଭରପୁର ରହିଛି । ଯାହା ଆପଣଙ୍କ ମସ୍ତିଷ୍କର ସଠିକ୍ କାର୍ଯ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଥିରୁ ମିଳୁଥିବା ଗ୍ଲୁଟାମିନ୍ ଏସିଡ୍ ନାମକ ଏକ ତତ୍ୱ ସ୍ମୃତି ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ଗ୍ରୀଷ୍ମ ଋତୁରେ ଖରାଦିନେ ବାହାରକୁ ଯିବା ପୂର୍ବରୁ ଆମ୍ବ ଜୁସ ପିଇକି ବାହାରନ୍ତୁ । ଏହା ଫଳରେ ଶରୀରରେ ଲୁର ପ୍ରଭାବ ପଡିନଥାଏ । ଶରୀରରେ ଜଳୀୟ ଅଂଶର ଅଭାବ କମ୍ ହୋଇନଥାଏ । ଗର୍ଭବତୀ ମହିଳାମାନଙ୍କ ପାଇଁ ଆମ୍ବ ବେଶ୍ ଉପଯୋଗୀ । ପେଟରେ ଥିବା ଶିଶୁର ବିକାଶ ପାଇଁ ଫୋଲେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ୍ବରେ ଅଧିକ ପରିମାଣର ଫୋଲେଟ୍ ମିଳିଥାଏ । ତେଣୁ ଗର୍ଭବତୀ ମହିଳାମାନେ ପ୍ରତିଦିନ ଅତି କମରେ ଗୋଟିଏ କିମ୍ବା ଦୁଇଟି ଆମ୍ବ ଖାଇବା ଉଚିତ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.