ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାର୍ଚ୍ଚ ୧୦ ରୁ ଆରମ୍ଭ ହୋଇ ୨୦ ଯାଏଁ ମାଟ୍ରିକ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତା ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୦ ତାରିଖରେ ମାତୃଭାଷା ପରୀକ୍ଷା ହେବ । ୧୩ ତାରିଖରେ ଇଂରାଜୀ, ୧୪ ତାରିଖରେ ତୃତୀୟ ଭାଷା ଅର୍ଥାତ୍ ସଂସ୍କୃତ କିମ୍ବା ହିନ୍ଦୀ ପରୀକ୍ଷା ହେବ । ମାର୍ଚ୍ଚ ୧୬ ତାରିଖରେ ସାଧାରଣ ବିଜ୍ଞାନ, ୧୮ ତାରିଖରେ ସୋସିଆଲ ସାଇନ୍ସ ବା ସାମାଜିକ ବିଜ୍ଞାନ ଏବଂ ୨୦ ତାରିଖରେ ଗଣିତ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।  ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.