ଜାଣିରଖନ୍ତୁ ମାର୍ଗଶିର ମାସ ଗୁରୁବାରରେ ପାଇଁ କେତେକ ନିୟମ ଓ ନୀତି

ଜାଣିରଖନ୍ତୁ ମାର୍ଗଶିର ମାସ ଗୁରୁବାରରେ ପାଇଁ କେତେକ ନିୟମ ଓ ନୀତି

ହିନ୍ଦୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ । ଗୁରୁବାର ମତ ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ । ଗୁରୁବାର ମତ ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜାର୍ଚନା କରିବା ଦ୍ୱାରା ଗୃହକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଏ । ଏପରିକି ଆମ ଜୀବନର ସମସ୍ତ ସୁଖର ଚାବି କାଠି ତାଙ୍କ ପାଖରେ ଥିବା କୁହାଯାଏ । ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ ।ଆSଅନ୍ତୁ ଜାଣିବା ଗୁରୁବାରବଦିନ କଣ କରିବ ଉଚିତ କଣ କରିବ ଉଚିତ ନୁହେଁ । ଗୁରୁବାର କଣ କଲେ ଶୁଭ ଫଳ ମିଳିଥାଏ ।

ଗୁରୁବାରରେ ବିଳମ୍ବ ଯାଏ ସୁଅନ୍ତୁ ନାହିଁ । ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାରା ସଫା କରିବା ଆବଶ୍ୟକ । ସକାଳୁ ଉଠିବ ପରେ ବସି ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ । ପ୍ରଥମେ ବସି ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ । ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ । ଗୁରୁବାର ଦିନ ପ୍ରତି ଦିନ ତୁଳସୀ ଚଉରା ବୃନ୍ଦାବତୀଙ୍କୁ ପୂଜା କରନ୍ତୁ । ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ । ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ହୋଇଥାଏ । ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

ଗୁରୁବାରରେ ହଳଦିଆ ରଙ୍ଗର ବାସ୍ତୁ ଦାନ କରିବା ଶୁଭ ହୋଇଥାଏ । ଏହି ଦିନ କଦଳୀ ହଳଦୀ ଏବଂ ଚଣା ଦାନ କରନ୍ତୁ । ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହି ଦିନ ଏକ ଲାଲ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧନା ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ । କିଛି ଧଳା ପୁଷ୍ପ ମଧ୍ୟ ମାଆ ଙ୍କ ଉପରେ ଚଢ଼ନ୍ତୁ । ଗୁରୁବାର ଦିନ ଭୁଲରେ ବି ଆମିଷ ରାନ୍ଧନ୍ତୁ ନାହିଁ । କି ଆମିଷ ଖାଆନ୍ତୁ ନାହିଁ । ଗୁରୁବାର ଦିନ ବାରଟା ପ୍ସରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । ଏହି ବରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା ଏବଂ ଶୋଇବା ନିଷେଧ ହୋଇଥାଏ । ସନ୍ଧ୍ୟା ସମୟରେ ଝୁନା ଘର ସାରା ବୁଲାନ୍ତୁ । ଏହା ଦ୍ୱାରା ଆଖ ପାଖରେ ଥିବା ବାତାବରଣ ଶୁଦ୍ଧ ହେବ ସହିତ ନକରାତ୍ମକ ଶକ୍ତି ଘରରୁ ଦୁରେଇ ଯାଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.