ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍) ଓ ମଧ୍ୟମା(ସଂସ୍କୃତ ଟୋଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଟାବୁଲେସନ ରେଜିଷ୍ଟର(ଟିଆର୍) ନିଜ ସ୍କୁଲ୍ କୋଡ୍ ଓ ପାସ୍ୱାର୍ଡ ବ୍ୟବହାର କରି ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ନମ୍ବରକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବା ପରୀକ୍ଷାର୍ଥୀ ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପାଇଁ ଚଳିତମାସ ୨୦ରୁ ୩୦ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ରିଚେକିଂ ପାଇଁ ଆବେଦନ କରିପାରିବେ। ଫଳାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି।ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଓପନ ସ୍କୁଲ-୨୦୨୨) ଫଳ ମଧ୍ୟ ପ୍ରକାଶ ପାଇଛି। ସାମଗ୍ରିକ ପାସ୍ ହାର ୭୧.୮୩ ପ୍ରତିଶତ ରହିଛି। ୫୧୫୭ପାସ୍ କରିଥିବା ବେଳେ ୧୪୭୧ଅକୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ୩୦ତାରିଖ ପର୍ଯ୍ୟନ୍ତ ଅଫଲାଇନ୍ରେ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଉଭୟ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି ଉଦ୍ବେଗଜନକ ରହିଛି।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍) ଓ ମଧ୍ୟମା(ସଂସ୍କୃତ ଟୋଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ-୧) ଫଳାଫଳ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଟାବୁଲେସନ ରେଜିଷ୍ଟର(ଟିଆର୍) ନିଜ ସ୍କୁଲ୍ କୋଡ୍ ଓ ପାସ୍ୱାର୍ଡ ବ୍ୟବହାର କରି ଡାଉନ୍ଲୋଡ୍ କରିପାରିବେ।
Ratnamani Maharana
Shakespeare, in the beautiful garden, among the party. Some of the hall: in fact she was ever to.
Categories
- Nature (11)
- News (7)
- Fashion (1)
- Design (1)
- Entertainment (1)
Lastest Posts
L
-
-
Karan Johar appeals to government to allow cinemas to operate, writes cinemas are safe
30 Dec, 2021 16,113 views -
-
Your experience on this site will be improved by allowing cookies.
Cookie Policy