ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମର ନୂଆ ବିଷୟକୁ ନେଇ ଦ୍ବନ୍ଦ୍ବରେ ମାଟ୍ରିକ ପରୀକ୍ଷାର୍ଥୀ

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମ ପ୍ରକାଶ ପାଇଲା। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ନୂଆ ବିଷୟ ଯୁକ୍ତ ବହି ଛାପି ପାରିଲେ ନାହିଁ।

ଶିକ୍ଷାବର୍ଷ ଅଧାରେ ନୂଆ ପାଠ୍ୟକ୍ରମ ପ୍ରକାଶ ପାଇଲା। ଶିକ୍ଷାବର୍ଷ ସରିବାକୁ ବସିଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ନୂଆ ବିଷୟ ଯୁକ୍ତ ବହି ଛାପି ପାରିଲେ ନାହିଁ। ଏବେ ମାଟ୍ରିକ୍ ପରୀକ୍ଷାର ତାରିଖ ଘୋଷଣା ପରେ ଏହି ନୂଆ ବିଷୟରୁ ପ୍ରଶ୍ନ ଆସିବ କି ନାହିଁ, ତାହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ସନ୍ଦେହରେ ରହିଛନ୍ତି। ନୂଆ ବିଷୟରୁ ମାଟ୍ରିକ୍‌ରେ ପ୍ରଶ୍ନ ଆସିବ ନାହିଁ ବୋଲି ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ କହିଥିବା ବେଳେ ଏବେ ଏଥିରୁ ପ୍ରଶ୍ନ ଆସିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।ତଥ୍ୟ ଅନୁଯାୟୀ ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରେ ହାଇସ୍କୁଲର ନବମ ଶ୍ରେଣୀ ଭୂଗୋଳରେ ‘ମାନବୀୟ ବିପତ୍ତି ଓ ପରିଚାଳନା, ଜୀବବିଜ୍ଞାନରେ ‘ବିଶ୍ବ ମହାମାରୀ ପରିଚାଳନା ଯୋଡ଼ା ହୋଇଥିବା ବେଳେ ଦଶମ ଶ୍ରେଣୀ ଭୂଗୋଳରେ ‘ଜଳବାୟୁ ଜନିତ ବିପତ୍ତି ଓ ପରିଚାଳନା, ଜୀବବିଜ୍ଞାନରେ ‘ବିଶ୍ବମହାମାରୀ କୋଭିଡ୍‌-୧୯ ଓ ତାହାର ପରିଚାଳନା ନୂଆ ଅଧ୍ୟାୟ ଭା‌ବେ ଯୋଗ‌ ହୋଇଛି। କିନ୍ତୁ ଏହି ୪ଟି ନୂଆ ଅଧ୍ୟାୟକୁ ବୋର୍ଡ ପକ୍ଷରୁ ବହି ଆକାରରେ ଛପା ଯାଇପାରିଲା ନାହିଁ କି ପିଲାଙ୍କୁ ଦିଆଗଲା ନାହିଁ। ଏହି ନୂଆ ଅଧ୍ୟାୟର ସଫ୍ଟ କପିକୁ ପ୍ରଦାନ କରିବାକୁ ଗତ ଅକ୍ଟୋବର ଶେଷ ସପ୍ତାହରେ ବୋର୍ଡ ସଂପାଦକ, ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନି‌ର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀମାନେ ପ୍ରଧାନଶିକ୍ଷକଙ୍କୁ ଏ ବିଷୟରେ ଅବଗତ କଲେ। କିନ୍ତୁ ବାସ୍ତବରେ ଏହା ପିଲାଙ୍କ ପାଖରେ ଏଯାଏ ପହଞ୍ଚି ନାହିଁ। ଦଶମ ଶ୍ରେଣୀର ଜୀବବିଜ୍ଞାନ ଓ ଭୂଗୋଳରେ ଯୋଡ଼ା ହୋଇଥିବା ଦୁଇଟି ଅଧ୍ୟାୟ ପ୍ରତ୍ୟେକ ୨୪ ପୃଷ୍ଟା ବିଶିଷ୍ଟ। ପୁଣି ‌ଏହି ଅଧ୍ୟାୟମାନ ଏଫ୍‌ଏ-୪ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଥିବାରୁ ଏଯାଏ ପଢ଼ାଯାଇ ନାହିଁ। 

ନୂଆ ପାଠ୍ୟକ୍ରମରୁ ପ୍ରଶ୍ନ ଆସିବ ନାହିଁ ବୋଲି ଡିସେମ୍ବର ମାସରେ ଗଣଶିକ୍ଷା ମନ୍ତ୍ରୀଙ୍କର ଏକ ବାର୍ତ୍ତା ବିଭିନ୍ନ ଆଡେ ଘୂରି ବୁଲୁଥିବା ବେଳେ ବୋର୍ଡ ୱେବସାଇଟ୍‌ରେ ଛଡା ଯାଇଥିବା ପାଠ୍ୟକ୍ରମରେ କିନ୍ତୁ ଏହି ବିଷୟ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ସନ୍ଦେହରେ ଅଛନ୍ତି। ଶିକ୍ଷାବର୍ଷ ଅଧାରେ ନୂଆ ବିଷୟ ‌ଯୋଡିବା, ବିଷୟକୁ ଅପେକ୍ଷାକୃତ ବଡ଼ କରିବା, ତାହାକୁ ପୁଣି ବହି ଆକାରରେ ପିଲାଙ୍କୁ ନ ଦେଇ, ସେଥିରୁ ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାହା କରିବା କଥା ବର୍ଷ ଆରମ୍ଭରୁ ହିଁ ହେବା ଉଚିତ ବୋଲି ଶିକ୍ଷକମାନେ କହିଛନ୍ତି। ଏ ସଂକ୍ରାନ୍ତରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ଦଶମ ଶ୍ରେଣୀ ଭୁଗୋଳ ଓ ଜୀବବିଜ୍ଞାନର ନୂଆ ବିଷୟ ସଂକ୍ରାନ୍ତରେ ପାଠ୍ୟକ୍ରମରେ ଦିଆଯାଇଛି। ସିଲାବସ୍‌ରେ ଥିବାରୁ ଆସନ୍ତା ମାଟ୍ରିକ୍(ଏସ୍‌ଏ-୨)ରେ ଏଥିରୁ ପ୍ରଶ୍ନ ଆସିବ ବୋଲି ଉପସଭାପତି ଡକ୍ଟର ମହାନ୍ତି ସ୍ପଷ୍ଟ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.