ଏଣିକି ମାର୍ଚ୍ଚ ସୁଦ୍ଧା ବାହାରିବ ଡାକ୍ତରୀ ପରୀକ୍ଷା ଫଳ

ଏଣିକି ମାର୍ଚ୍ଚ ସୁଦ୍ଧା ବାହାରିବ ଡାକ୍ତରୀ ପରୀକ୍ଷା ଫଳ

ଏଣିକି ଡାକ୍ତରୀ ପାଠ୍ୟକ୍ରମ (ଏମବିବିଏସ ଓ ବିଡିଏସ) ପରୀକ୍ଷା ଫଳର ସମ୍ପୂର୍ଣ୍ଣ ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ଶେଷ ହେବ। କୌଣସି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟସ୍ତରରେ ଯେଭଳି ଏହି ପରୀକ୍ଷା ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖି ଅବଗତ କରାଯାଇଛି।

ଏଣିକି ଡାକ୍ତରୀ ପାଠ୍ୟକ୍ରମ (ଏମବିବିଏସ ଓ ବିଡିଏସ) ପରୀକ୍ଷା ଫଳର ସମ୍ପୂର୍ଣ୍ଣ ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ଶେଷ ହେବ। କୌଣସି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟସ୍ତରରେ ଯେଭଳି ଏହି ପରୀକ୍ଷା ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖି ଅବଗତ କରାଯାଇଛି। ବୁଧବାର ସ୍ବାସ୍ଥ୍ୟବିଭାଗ ସଚିବ ଶାଳିନୀ ପଣ୍ଡିତ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ଭେଷଜ ପରିଷଦ ପକ୍ଷରୁ ଡାକ୍ତରୀ ପାଠ୍ୟକ୍ରମ ଓ ଦନ୍ତ ଡାକ୍ତର ପରୀକ୍ଷା ଅବଧିକୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦେଶ ରହିଛି। ସାଧାରଣତଃ ଜାତୀୟସ୍ତରରେ ଯୋଗ୍ୟତା ପରୀକ୍ଷା(ନିଟ୍) ପରୀକ୍ଷା ଫଳ ମାର୍ଚ୍ଚ ସୁଦ୍ଧା ପ୍ରକାଶନ ହୁଏ। କିନ୍ତୁ ଦେଖା ଯାଇଛି ଯେ, ଏମ୍‌ବିବିଏସ ଓ ବିଡିଏସ୍ ପରୀକ୍ଷା ଓ ଏହାର ଫଳ ପ୍ରକାଶନରେ ବିଳମ୍ବ ହେଉଛି। ଯଦ୍ବାରା ଛାତ୍ରଛାତ୍ରୀ ଗୋଟିଏ ବର୍ଷ ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ଭିତରେ ‘ଇଣ୍ଟର୍ଣ୍ଣସିପ୍’ ଶେଷ କରିପାରୁ ନାହାନ୍ତି। ଗୋଟିଏ ବିଶ୍ବବିଦ୍ୟାଳୟ ଯଦି ସମୟ ଅବଧି ଭିତରେ ପାଠ୍ୟକ୍ରମ ଓ ପରୀକ୍ଷା ଫଳ ପ୍ରକାଶନ କରୁଛି ଅନ୍ୟ ବିଶ୍ବବିଦ୍ୟାଳୟରେ ବିଳମ୍ବ ପରିଲକ୍ଷିତ ହେଉଛି। ଏଥିଯୋଗୁଁ ସମ୍ପୃକ୍ତ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବା ପାଇଁ ଅଯୋଗ୍ୟ ହେବା ସହିତ ଗୋଟିଏ ବର୍ଷ ତାଙ୍କ ହାତରୁ ଚାଲି ଯାଉଛି।

ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ନିର୍ଦେଶନାମା ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ଦେବା ଲାଗି ଶ୍ରୀମତୀ ପଣ୍ଡିତ ପତ୍ରରେ ଉଲ୍ଲେଖ କରିଛନ୍ତି। ଯଦ୍ବାରା ଏଣିକି ଏମ୍‌ବିବିଏସ ଓ ବିଡିଏସ୍ ପରୀକ୍ଷା ନିର୍ଦିଷ୍ଟ ସମୟ ଭିତରେ ଶେଷ ହୋଇପାରିବ ଏବଂ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବାପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ସେ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.