ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ

ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମିଶନ

ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମାଣ୍ଡିଆ ମିଶନ ବା ମିଲେଟ ମିଶନ। ତେବେ ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୌଦ୍ଧ ଜିଲ୍ଲା । ତେବେ ବର୍ତ୍ତମାନ ପ୍ରଥମଥର ପାଇଁ ଛଅଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଛି ।

ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ମାଣ୍ଡିଆ ମିଶନ ବା ମିଲେଟ ମିଶନ। ତେବେ ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୌଦ୍ଧ ଜିଲ୍ଲା । ତେବେ ବର୍ତ୍ତମାନ ପ୍ରଥମଥର ପାଇଁ ଛଅଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଆରମ୍ଭ ହୋଇଛି ।ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଛି ମିଲେଟ ମିଶନ । ଧାନ ଚାଷ ସହିତ ରବି ଫସଲ ଓ ପନିପରିବା ଚାଷ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୌଦ୍ଧ ଜିଲ୍ଲାରେ ମାଣ୍ଡିଆ ଚାଷ ର ଏକ ବିରାଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଛ ଶହ ହେକ୍ଟର ଜମିରେ ପ୍ରଥମଥର ପାଇଁ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି । କୃଷି ବିଭାଗର ସହଯୋଗ ତଥା ତିନୋଟି ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଏହି ମାଣ୍ଡିଆ ଚାଷ ଆରମ୍ଭ ହୋଇ ପାରିଛି । ସୂଚନା ଅନୁଯାୟୀ ଏହି ମାଣ୍ଡିଆ ଉତ୍ପାଦନ ପରେ କେଜି ପ୍ରତି 35-78 ଟଙ୍କାରେ ସରକାର କ୍ରୟ କରି ମହିଳା ଶିଶୁ ବିଭାଗ ଓ ଯୋଗାଣ ବିଭାଗର ଜରିଆରେ ସୁଷମ ଖାଦ୍ୟ ଆକାରରେ ଯୋଗାଣ ହେବ । ତେବେ ମାଣ୍ଡିଆ ଚାଷର ଭବିଷ୍ୟତ କୁନେଇ ଜିଲ୍ଲାର ଚାଷୀମାନେ ମଧ୍ୟ ବେଶ ଆଶାବାଦୀ ଅଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.