ରାଜ୍ୟରେ ପଡିଲାଣି ଶୀତ, ଆହୁରି କମିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ପଡିଲାଣି ଶୀତ, ଆହୁରି କମିବାନେଇ ସୂଚନା ଦେଲା ପାଣିପାଗ ବିଭାଗ

ଓଡିଶା ମାଟିକୁ ଛୁଇଁଲାଣି ପହିଲି ଶୀତ । ଅନେକ ସ୍ଥାନରେ ଖସିବାରେ ଲାଗିଛି ରାତିର ତାପମାତ୍ରା । ସେପଟେ ପହିଲି ଶୀତର ପହିଲି କୁହୁଡ଼ି ମଧ୍ୟ ଧଳା ଚାଦର ହୋଇ ପ୍ରକୃତି ମାଆକୁ ଧୀରେ ଧୀରେ ଘୋଡ଼ାଇବାକୁ ଚେଷ୍ଟା କରୁଛି।

ଓଡିଶା ମାଟିକୁ ଛୁଇଁଲାଣି ପହିଲି ଶୀତ । ଅନେକ ସ୍ଥାନରେ ଖସିବାରେ ଲାଗିଛି ରାତିର ତାପମାତ୍ରା । ସେପଟେ ପହିଲି ଶୀତର ପହିଲି କୁହୁଡ଼ି ମଧ୍ୟ ଧଳା ଚାଦର ହୋଇ ପ୍ରକୃତି ମାଆକୁ ଧୀରେ ଧୀରେ ଘୋଡ଼ାଇବାକୁ ଚେଷ୍ଟା କରୁଛି। କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ଖସୁଛି ରାତିର ପାରଦ । ଗୁରୁବାର ପ୍ରଥମଥର ପାଇଁ ରାଜ୍ୟର ୮ଟି ସହରରେ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। 

ସୂଚନାନୁସାରେ, ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ହେବା ସହ ଥଣ୍ଡା ବଢ଼ିବା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି। ଏହାଦ୍ୱାରା ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.