ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁକୁ ନେଇ ପୁଲିସ ଉପରେ ବିଭିନ୍ନ ଦିଗରୁ ଚାପ ବଢ଼଼ିବାରେ ଲାଗିଛି। ପୁଲିସ ବାଧ୍ୟ ହୋଇ ମଙ୍ଗଳବାର ସୌମ୍ୟଙ୍କ ପରିବାର ଲୋକଙ୍କୁ ଡାକି ପ୍ରେମିକା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଖୁବ୍ଶୀଘ୍ର ଉକ୍ତ ଯୁବତୀଙ୍କୁ ପୁଲିସ ଥାନାକୁ ଡାକି ପଚରାଉଚରା କରିବ ବୋଲି ପୁଲିସ କହିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ଦଫା ୩୦୬ରେ ଗିରଫ କରିବ ବୋଲି କୁହାଯାଇଛି। ସୌମ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ ଯୁବତୀଙ୍କୁ ଗିରଫ ଦାବିରେ ପୁଲିସ କମିସନର ଏବଂ ଡିସିପିଙ୍କୁ ଏକାଧିକ ସଂଗଠନ ଭେଟି ଦାବି ଜଣାଇଛନ୍ତି। ପରିବାର ଲୋକ ପୁଲିସକୁ କହିଛନ୍ତି ଯେ, ସୌମ୍ୟ ତାଙ୍କ ପ୍ରେମିକାଙ୍କ ମାଆକୁ ଆତ୍ମହତ୍ୟା କଥା କହିଥିଲେ। ସେ କଥା ଯଦି ପରିବାରଲୋକ ଜାଣିଥାେନ୍ତ , ତେବେ ତାଙ୍କ ପୁଅ ଆଜି ବଞ୍ଚିଯାଥାନ୍ତା ବୋଲି ସୌମ୍ୟଙ୍କ ମା’ପୁଲିସ ଆଗରେ କହିଛନ୍ତି। ସୁଇସାଇଡ୍ ନୋଟ୍ରେ ପ୍ରେମିକାକୁ ଦାୟୀ କରିବା, ପ୍ରେମିକା ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହୁଥିବା ଅଡିଓ ଭାଇରାଲ ହୋଇଛି।