ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ନିର୍ବାଚନ

ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି ।

ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି । କେଉଁଠି ରୋଡ୍‌ ସୋ ଓ ବାଇକ ରାଲି ତ ଆଉ କେଉଁଠି ସଭାରେ ଜନସମର୍ଥନ ଲୋଡୁଛନ୍ତି ପ୍ରାର୍ଥୀ । ହେଭିୱେଟଙ୍କୁ ବି ଫୁରସତ ନାହିଁ । ହାତରେ ଖୁବ୍‌ କମ୍‌ ସମୟ ଥିବାରୁ ପ୍ରଚାରରେ ଜୋର ଲଗାଇ ଦେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସକାଳରୁ ସଞ୍ଜ ଯାଏ ପ୍ରାର୍ଥୀ ଘରକୁ ଘର ବୁଲୁଛନ୍ତି । ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ । ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏସିରେ ନିଆଯିବ ଭୋଟ୍‌ । ୨୬ରେ ବାହାରିବ ଫଳାଫଳ।ବୁଥ୍‌ ପରିଚାଳନା ଲାଗି ୩ଦଳ ଚୂଡାନ୍ତ ପ୍ରସ୍ତୁତି କରିଛି। ବିଜେଡି ଶତ ପ୍ରତିଶତ ସଫଳତା ଦୋହରାଇଥିବାବେଳେ ୧୭ ପୌର ପରିଷଦ ଦଖଲ ଲାଗି ଆଶା ରଖିଛି କଂଗ୍ରେସ। ଦମ୍ଭର ସହ ଲଢିବାକୁ ବିଜେପି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.