ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆରମ୍ଭ ହେଲା ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟରେ ପୌର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ 8ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ସାରା ରାଜ୍ୟର 59 ଟି ଏନଏସି, 47 ଟି ପୌର ପରିଷଦ ଏବଂ 3 ଟି ମହାନଗର ନିଗମର 17 ଶହ 37 ୱାର୍ଡରେ ଆଜି ନିର୍ବାଚନ ହେଉଛି ।

ଆରମ୍ଭ ହେଲା ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟରେ ପୌର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ 8ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ସାରା ରାଜ୍ୟର 59 ଟି ଏନଏସି, 47 ଟି ପୌର ପରିଷଦ ଏବଂ 3 ଟି ମହାନଗର ନିଗମର 17 ଶହ 37 ୱାର୍ଡରେ ଆଜି ନିର୍ବାଚନ ହେଉଛି । ଏଥିପାଇଁ 4 ହଜାର 3 ଶହ 73 ବୁଥରେ ମୋଟ 40 ଲକ୍ଷ 55 ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଓ ଅନ୍ୟ ଗୋଟିଏ ଅଧ୍ୟକ୍ଷ ବା ମେୟରଙ୍କ ପାଇଁ ରହିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ସହରାଞ୍ଚଳରେ ଗୋଟିଏ ଲେଖାଏଁ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ବାରା ପରିଚାଳିତ ପିଙ୍କ ବୁଥ କରାଯାଇଛି । ପ୍ରତି ମହାନଗର ନିଗମରେ 5 ଟି ଲେଖାଏ ପିଙ୍କ ବୁଥ ସମେତ ଆଦର୍ଶ ବୁଥ ମଧ୍ୟ କରାଯାଇଛି । ପୌର ନିର୍ବାଚନ ପାଇଁ ମତଦାନ ସକାଳ 8 ଟାରୁ ଆରମ୍ଭ ହୋଇ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିବ ।


 

 

ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ 195 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କେବଳ ଭୁବନେଶ୍ବରରେ 30, କଟକରେ 20 ଓ ବ୍ରହ୍ମପୁର ମହାନଗର ନିଗମରେ 10 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହାବାଦ ସାରା ରାଜ୍ୟରେ 3 ଶହ 40 ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ଏତତ ବ୍ୟତୀତ ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏ ଷ୍ଟ୍ରାଇକିଂ ଫୋର୍ସ ୟୁନିଟ ରହିବେ । ଜରୁରୀ ପରିସ୍ଥିତି ପାଇଁ ଆବଶ୍ୟକ ପୋଲିସ ଫୋର୍ସଙ୍କୁ ମଧ୍ୟ ରିଜର୍ଭ ରଖାଯାଇଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.