ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ପାର୍ଥିବ ଶରୀର ଆଜି ପୂର୍ବାହ୍ନ ୧୧ଟାରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେଠାରୁ ସରବାହାଲ ସ୍ଥିତ ବାସଭବନକୁ ପାର୍ଥିବ ଶରୀର ନିଆଯାଇଥିଲା। ଅପରାହ୍ନ ୧ଟାରେ ବେହେରାମାଲ ଛକକୁ ପାର୍ଥିବ ଶରୀର ଅଣାଯିବା ପରେ ଏକ ଖୋଲା ଗାଡିରେ ଶୋଭାଯାତ୍ରା ବାହାରି ମନମୋହନ ସ୍କୁଲ ପଡିଆରେ ପହଞ୍ଚିବା ପରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ସନ୍ଧ୍ୟା ୫ ଟାରେ ଝାରସୁଗୁଡା ଖେରୁଆଲ ଘାଟରେ ଅନ୍ତିମ ସଂସ୍କାର କରାଯିବ।