ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍ କରିବେ ନୟନ ତାରା

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍  କରିବେ ନୟନ ତାରା

ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍‌ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି।

ଅଭିନୟ ଠାରୁ ଦୂରେଇ ଯାଇ ନିଜ ବ୍ୟକ୍ତିଗତ ଜୀବନ ଉପରେ ଫୋକସ୍  କରିବେ ନୟନ ତାରା । ସେ ନିଜ ଯମଜ ସନ୍ତାନ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ କରି ମା’ ହେବାର ଅନୁଭୂତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ସେ ନିଜ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ରିପୋର୍ଟରେ କୁହାଯାଇଛି। ସେ ନିଜର ଯମଜ ପିଲାଙ୍କ ଦାୟିତ୍ୱ ସମ୍ଭାଳିବା ସହ ସ୍ୱାମୀ ବିଘ୍ନେଶଙ୍କ ପ୍ରଡକ୍ସନ ହାଉସ ‘ରାଉଡି ପିକଜର୍ସ’’ର ଦାୟିତ୍ୱ ସମ୍ଭାଳିବେ। 

ସୂଚନାନୁସରେ, ଅଭିନେତ୍ରୀ ନୟନତାରାଙ୍କ ହାତରେ ଏବେ ଅନେକ ବଡ ବଡ ପ୍ରୋଜେକ୍ଟ ରହିଛି। ବଲିଉଡର କିଙ୍ଗ ଶାହରୁଖ ଖାନ୍‌ଙ୍କ ସହ ତାଙ୍କର ସବୁଠାରୁ ବଡ ଫିଲ୍ମ ପ୍ରୋଜେକ୍ଟ ‘ଯବାନ’ ମଧ୍ୟ ଆସିବାକୁ ଯାଉଛି। ଏହି ଫିଲ୍ମରେ ଶାହରୁଖ ଖାନ୍‌ଙ୍କ ଅପୋଜିଟ୍‌ରେ ନୟନତାରା ନଜର ଆସିବେ। ସାଉ୍‌ଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ସହ ସେ ଏଥିରେ କାମ କରୁଛନ୍ତି। ପଠାନ୍ ଭଳି ଶାହରୁଖଙ୍କ ଏହି ଫିଲ୍ମଟି ମଧ୍ୟ ସୁପରହିଟ୍ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.