ଜାଭେଲିନ୍ ଥ୍ରୋ ଖେଳାଳି ତଥା ଅଲିମ୍ପିୟାନ ନୀରଜ ଚୋପ୍ରା ଆଉ ଏକ ବଡ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ରାଜପୁତନା ରାଇଫଲ୍(୪)ରେ ସୁବେଦାର ଥିବା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ଟୋକିଓ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ଏହି ସମ୍ମାନରେ ସମ୍ମାନିତ କରାଯିବ ।