ବରିଷ୍ଠ ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଳା ହେଲେ ସୀମା ସଶସ୍ତ୍ର ବଳ ବା ବିଏଏଫର ନୂଆ ଡିଜି। ୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଅଧିକାରୀ ହେଲେ ଶୁକ୍ଳା। ବର୍ତ୍ତମାନ ସେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ବଳର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟ ନିଯୁକ୍ତି କମିଟି ରଶ୍ମୀ ଶୁକ୍ଳାଙ୍କ ନାମରେ ମୋହର ମାରିବା ପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଏହି ଆଦେଶ ଜାରି କରିଛି। ଶୁକ୍ଳା ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ବିଏସଏଫ ଡିଜି ଭାବେ କାର୍ଯ୍ୟ ତୁଲାଇବେ।