ଇନ୍ଷ୍ଟାଣ୍ଟ୍ ସେମେଜିଂ ଆପ୍ ଭାବେ ବ୍ୟବହାରକାରୀ ହ୍ବାଟ୍ସ୍ଆପ୍କୁ ବିଶେଷ ଭାବେ ବ୍ୟବହାର କରୁଥିବା ବେଳେ ଏହା ସହ ନୂଆ ନୂଆ ଫିଚର୍ ଯୋଡ଼ି ହୋଇ ବ୍ୟବହାରକାରୀଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରୁଛି। ଦିନକୁ ଦିନ ହ୍ବାଟ୍ସଆପ୍ରେ ଅନେକ ପରିବର୍ତ୍ତନ କରାଇ କମ୍ପାନି ବ୍ୟବହାରକାରୀଙ୍କ ମନ ପସନ୍ଦର ଆପ୍ ହୋଇ ରହିଆସିଛି।କମ୍ପାନି ଏବେ ଏକ ନୂଆ ଫିଚର୍ ଲଞ୍ଚ୍ କରିବାକୁ ଯାଉଛି। ଯାହାଫଳରେ ଡିଲିଟ୍ କରାଯାଉଥିବା ମେସେଜ୍କୁ ବି ଆପଣ ସେଭ୍ କରି ରଖିପାରିବେ। ସୂତ୍ରରୁ ପ୍ରକାଶ ପାଇଛି ଯେ କମ୍ପାନି ଏବେ କେପ୍ଟ ମେସେଜେସ୍ ଫିଚର୍ ଉପରେ କାମ କରୁଛି।
ରିପୋର୍ଟ ଅନୁସାରେ ଏହି ଫିଚର୍ ଲୋକଙ୍କର ଖୁବ୍ କାମରେ ଆସିବ। ଏହି ଫିଚର୍ ସାହାଯ୍ୟରେ ବ୍ୟବହାରକାରୀ ଚାଟ୍ରେ କେପ୍ଟ ମେସେଜର ବୁକ୍ମାର୍କ କରିପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ଅପ୍ସନ୍ରେ ଏକ ଆଇକନ୍ ମିଳିବ, ଯାହାକୁ ବ୍ୟବହାରକାରୀ ଚୟନ କରିବେ। ଏହି ଫିଚର୍ ଖୁବ୍ ଶୀଘ୍ର ହ୍ବାଟ୍ସଆପ୍ର ବେଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ହ୍ବାଟ୍ସଆପ୍ର ଏହି ଅପ୍ଡେଟ୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହାଛଡ଼ା ଏହି ଫିଚର୍ ଡେକ୍ସଟପ୍ ଭର୍ସନ ପାଇଁ ବି ଉପଲବ୍ଧ ହେବ।