ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ, ୪ ବାଧ୍ୟତା ମୂଳକ ବିଷୟ

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ, ୪ ବାଧ୍ୟତା ମୂଳକ ବିଷୟ

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ ।

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଆସିଲା ସଂସ୍କାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମିଲ୍ ହେଲା ଆଉ ଚାରିଟି ବିଷୟ । ଯାହାକି ବାଧ୍ୟତା ମୂଳକ ରହିବ । ସେଗୁଡିକ ହେଲା ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ଓ୍ୱାର୍କ, କୋ-କରିକୁଲାର ଆକ୍ଟିଭିଟିଜ ଓ ବେସିକ୍ ଆଇଟି ସ୍କିଲ୍ସ । ଏସବୁ ବିଷୟର ବହି ଗୁଡ଼ିକ ରାଜ୍ୟ ସରକାର ଯୋଗାଇଦେବେ । ଛାତ୍ରଛାତ୍ରୀ ଚାହିଁଲେ ନିଜ ପସନ୍ଦର ଲେଖକଙ୍କ ପୁସ୍ତକ ଆଣି ରିଭ୍ୟୁ ଲେଖିପାରିବେ ।୪ଟି ଯାକ ବିଷୟରେ ଛାତ୍ରଛାତ୍ରୀ ୨୫ ମାର୍କ ଲେଖାଏଁ ମୋଟ୍ ୧୦୦ ମାର୍କର ପରୀକ୍ଷା ଦେବେ । ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ଏ-ଗ୍ରେଡ୍, ୬୦ ରୁ ୮୦ ପ୍ରତିଶତ ରହିଲେ ବି, ୪୦ ରୁ ୬୦ ରହିଲେ ସି ଓ  ୪୦ ପ୍ରତିଶତରୁ କମ୍ ମାର୍କ ରଖିଲେ ବି ଗ୍ରେଡ୍ ପାଇବେ ପରୀକ୍ଷାର୍ଥୀ । ଯେଉଁଠାରେ କମ୍ପୁଟର ଓ ଇଣ୍ଟରନେଟ୍ ସୁବିଧା ନଥିବ ସେଠାରେ ଅନ୍ୟ ତିନିଟି ବିଷୟରେ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ନବମରେ ଏହା ଲାଗୁ ହେବ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ପିଲା ଏହି ପାଠ ପଢି ପରୀକ୍ଷା ଦେବେ । ମୋଟ୍ ୬୦୦ ମାର୍କ ବାଦ୍ ୧୦୦ ମାର୍କର ପରୀକ୍ଷା ଦେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏହି ମାର୍କ ଯଦିଓ ରେଜଲ୍ଟ ସିଟ୍‌ରେ ରହିବ, ମାତ୍ର ଏହାକୁ ସମୁଦାୟ ମାର୍କରେ ମିଶାଯିବ ନାହିଁ । 

ପ୍ରୋଜେକ୍ଟ ଓ୍ୱାର୍କରେ ପିଲାମାନେ ନିଜେ ଘରୁ ବିଭିନ୍ନ ସବ୍‌ଜେକ୍ଟରେ ପ୍ରୋଜେକ୍ଟ ପ୍ରସ୍ତୁତ କରିବେ । କୋ-କରିକୁଲାର ଆକ୍ଟିଭିଟିଜ୍‌ରେ ରହିବ ଯୋଗ, ସୁଇମିଂ, ଫିଜିକାଲ୍ ଓ କଲଚରାଲ ଡେଭେଲପମେଣ୍ଟ ସହ ଅନ୍ୟ ଫିଜିକାଲ୍ ଆକ୍ଟିଭିଟିଜ୍ । ସେହିପରି ବେସିକ ଆଇଟିରେ ରହିବ ଟାଇପିଂ ସ୍କିଲ୍, କମ୍ପୁଟର ନଲେଜ ସମ୍ପର୍କିତ ପାଠ । ପିଲାମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶକୁ ଗୁରୁତ୍ୱ ଦେଇ ଏହି ପାଠ୍ୟକ୍ରମକୁ ଲାଗୁ କରିଛି ବୋର୍ଡ । ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତ ହେଲା ଖୁବ ଶୀଘ୍ର ପାଠ୍ୟ ପୁସ୍ତକ ସରକାର ଯୋଗାଇ ଦିଅନ୍ତୁ । ସିବିଏସ୍ଇ ଭଳି ବୋର୍ଡ ଏସବୁ ବିଷୟକୁ ଲାଗୁ କରିଛି । ତେବେ କେତେ ଶୀଘ୍ର ପିଲାଙ୍କ ପାଇଁ ଷ୍ଟଡି ମାଟେରିଆଲ୍ ପହଞ୍ଚୁଛି ତାଉପରେ ନଜର । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.