କରୋନା ପାଇଁ ଅଟକିଲା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବାହାଘର

କରୋନା ପାଇଁ ଅଟକିଲା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବାହାଘର

ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦୃତ ଗତିରେ ବଢୁଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଅରଡେନ୍ କୋଭିଡ କଟକଣାକୁ କଡାକଡି କରିଛନ୍ତି ।

ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦୃତ ଗତିରେ ବଢୁଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଅରଡେନ୍ କୋଭିଡ କଟକଣାକୁ କଡାକଡି କରିଛନ୍ତି । କିନ୍ତୁ ସେ ଏପରି କରିବା ପରେ ନିଜ ବାହାଘରକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଗତକାଲି ତାଙ୍କର କ୍ଲାର୍କ ଗୟଫୋର୍ଡଙ୍କ ସହିତ ବିବାହ ଥିଲା । ବିବାହ ପୂର୍ବରୁ ଉଭୟଙ୍କର ଛୋଟ ଛୁଆ ମଧ୍ୟ ରହିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ବାହାଘର କୁଆଡେ ପଳାଇଯିବନି । କିନ୍ତୁ ବଢୁଥିବା ସଂକ୍ରମଣକୁ ଦେଖି କଟକଣା ଲଗାଇବା ଜରୁରୀ । 

 

ସ୍ଥିତି ସ୍ୱାଭାବିକ ହେଲେ ବିବାହ କରିବେ ବୋଲି କଟକଣା ଜାରି କରିବା ପରେ ସେ ଏପରି କହିଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ ନେଇଥିବା ଜରୁରୀ । ଜାକିଣ୍ଡା ଅରଡେନ୍ କହିଛନ୍ତି ଡେଲଟା ତୁଳନାରେ ଓମିକ୍ରନ ଶୀଘ୍ର ସଂକ୍ରମିତ ହେଉଛି । ଏପରି ସ୍ଥିତିରେ କଟକଣା ଲଗାଇବା ଜରୁରୀ । ତେଣୁ କଟକଣା ବେଳେ ଗହଳି ନକରିବାକୁ ନିବେଦନ କରିଛନ୍ତି । ଏଥିସହ ଫେସ୍ ମାସ୍କ ଲଗାଇବା ଉପରେ ଜୋର ଦେଇଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ସୁଦ୍ଧା ୧୫ ହଜାର ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କର ମୃତ୍ୟୁ ଘଟିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.