ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ଆସନ୍ତା ଆଇପିଏଲ୍ ପାଇଁ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ଅନ୍ତରୀଣ ଅଧିନାୟକ ନିଯୁକ୍ତ କରାଯାଇଛି । ସୋମବାର କେକେଆର୍ ଦଳ ପକ୍ଷରୁ ଏହା ଘୋଷଣା କରାଯାଇଛି। ପିଠିରେ ଆଘାତ ଯୋଗୁଁ କେକେଆର୍ର ନିୟମିତ ଅଧିନାୟକ ଅତିକମ୍ରେ ଆଇପିଏଲ୍ର ପ୍ରଥମାର୍ଦ୍ଧ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ବାମହାତି ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଦଳର ନେତୃତ୍ବର ଦାୟିତ୍ବ ସମ୍ଭାଳିବେ। ଶ୍ରେୟାସ ସୁସ୍ଥହୋଇ ଆଇପିଏଲ୍ର ଦ୍ବିତୀୟାର୍ଦ୍ଧରେ ଦଳକୁ ଫେରିବେ ବୋଲି କେକେଆର୍ ଆଶାରଖିଛି। ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହାର ସମ୍ଭାବନା କମ୍। ଏପରି କ୍ଷେତ୍ରରେ ନୀତୀଶ ରାଣା ପୂରା ଟୁର୍ଣ୍ଣାମେଣ୍ଟରେ କେକେଆର୍ର ଅଧିନାୟକ ରହିବେ।