ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ: ପୁରୀରେ ମୋଟ ୨୬୮ ପଞ୍ଚାୟତ, ୩୩ ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ

ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ: ପୁରୀରେ ମୋଟ ୨୬୮ ପଞ୍ଚାୟତ, ୩୩ ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣାସ ୧୬ ନଂ ଜୋନ ସିପିଆଇ ଏମଏଲ ଲିବରେସନ୍ ର ଲିଟୁଲାଲ ଦେବ ସୁବୁଦ୍ଧି ଓ ୪ ନମ୍ବର ଜୋନର ଅଶୋକ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ପୁରୀ ସଦର ଗୋପିନାଥପୁର ପଞ୍ଚାୟତରେ ତିନିଜଣ ବିଜେପି ପ୍ରାର୍ଥୀ ୱର୍ଡ ମେମ୍ବର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପୁରୀ ଜିଲ୍ଲାରେ ମୋଟ ୨୬୮ଟି ପଞ୍ଚାୟତ ୩୩ ଟି ଜିଲ୍ଲା ପରିଷଦ ଜୋନ ପାଇଁ ୱାର୍ଡ ମେମ୍ବର୍, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବ। ୱାର୍ଡ ମେମ୍ବର୍ ଓ ସରପଞ୍ଚ ନିଜସ୍ୱ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିବେ। ସମିତି ସଭ୍ୟମାନେ ବିଡିଓଙ୍କ  ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ହେବ।

ତେବେ ପୁରୀ ଜିଲ୍ଲାରେ ୧୨,୧୪,୪୦୨ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ୧୭ ରୁ ୨୧ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ , ୨୫ ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏଥର ନିର୍ବାଚନ ହେବ। ନିର୍ବାଚନ ପ୍ରଚାର ନିୟମ ନେଇ ସଚେତନ କରାଯାଇଛି। ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି l

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.