ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଛଟେଇ ପରେ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ ଏଲନ ମସ୍କ

ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି ।ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଟୁଇଟର ନୂଆ ମାଲିକ ଏଲଏନ ମସ୍କ ପୁଣି ଥରେ ନିଜ ଟୁଇଟ୍କୁ ନେଇ ଚର୍ଚ୍ଚାରେ । ସେ ଟୁଇଟ୍ କରି ୟୁଜର୍ସଙ୍କୁ ନମସ୍କାର କରିଛନ୍ତି । ମସ୍କଙ୍କ ଏଇ ଟୁଇଟ୍ ପରେ ଚାରିଆଡୁ ତାଙ୍କୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । ସେପଟେ ଟୁଇଟରରେ ଛଟେଇ ପ୍ରକିୟା ଶେଷ ହୋଇଛି ଏବେ କେବଳ ନିଯୁକ୍ତି କରାଯିବ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ମସ୍କ । ରିପୋର୍ଟ ମୁତାବିକ ଟୁଇଟର ପାଇଁ ଇଞ୍ଜିନିୟରିଂ ଏବଂ ସେଲରେ ଏବେ ନିଯୁକ୍ତି ପ୍ରିକ୍ରିୟା ଆରମ୍ଭ ହୋଇଛି । ଏଥି ସହ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଅକ୍ଟୋବରରେ ୭ହଜାରରୁ ଅଧିକ ଲୋକଙ୍କୁ କମ୍ପାନୀ ଛଟେଇ କରିଥିଲା । ସେପଟେ ଟୁଇଟରରେ ବ୍ଲୁ ଟିକକୁ ନେଇ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଏଲଏନ୍ ମସ୍କ । ଟୁଇଟରରେ ବ୍ଲୁ ଭେରିଫ୍ଲାଏଡ ରିଲଂଚ୍ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି । ଫେକ୍ ଆକାଉଣ୍ଟ ସମସ୍ୟାର ସମାଧାନ ନ ହେବା ଯାଏଁ ଏହି ବ୍ଲୁ-ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କହିଛନ୍ତି ମସ୍କ । ବର୍ତ୍ତମାନ ବ୍ୟାକ୍ତି ବିଶେଷ, କମ୍ପାନୀ କିମ୍ବା ଅନୁଷ୍ଠାନ ପାଇଁ ଭିନ୍ନ ରଙ୍ଗର ଟିକ୍ ରହିବ ବୋଲି ସେ କହିଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.