ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ବଢିଛି ଭୋଟର ସଂଖ୍ୟା । 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ କାମ ସାରିଛି। ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର।

 ରାଜ୍ୟରେ ବଢିଛି ଭୋଟର ସଂଖ୍ୟା । 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ କାମ ସାରିଛି। ଓଡିଶାରେ ନୂଆ ଭୋଟର ତାଲିକାରେ ସାମିଲ ହେଲେ ୫ ଲକ୍ଷରୁ ଅଧିକ ଭୋଟର। ଏଥିମଧ୍ୟରେ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୫ ଲକ୍ଷ ୫୧ ହଜାର ୨୩୭ ଜଣ ନୂଆ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ।ସର୍ବାଧିକ ନୂଆ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ସାମିଲ ହୋଇଛନ୍ତି । ଏହା ପଛକୁ ରହିଛି କଟକ ଜିଲ୍ଲା ।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୪୫ ହଜାର ୩୯୮ ଜଣ ନୂଆ ମତଦାତା ସାମିଲ ହୋଇଥିବା ବେଳେ କଟକ ଜିଲ୍ଲାରେ ୪୪ ହଜାର ୭୩୨ ଜଣ ନୂଆ ମତଦାତା ସାମିଲ ହୋଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ୪୧ ହଜାର ୫୧୩ ଜଣ, ଗଞ୍ଜାମ ଜିଲ୍ଲାରେ ୩୯ ହଜାର ୨୯୭ ଜଣ, ବାଲେଶ୍ୱର ଜିଲ୍ଲାରେ ୩୧ ହଜାର ୬ ଜଣ ଓ ବରଗଡ଼ ଜିଲ୍ଲାରେ ୨୩ ହଜାର ୬୮୨ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ତେବେ ବୌଦ୍ଧରେ ସବୁଠୁ କମ୍ ନୂଆ ଭୋଟର ସାମିଲ ହୋଇଛନ୍ତି । ବୌଦ୍ଧରେ ୪ ହଜାର ୬୧୦ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେପଟେ ସଂଶୋଧିତ ଭୋଟର ତାଲିକାରୁ ୧ ଲକ୍ଷ ୮୭ ହଜାର ୪୦୫ ଜଣ ବାଦ୍ ପଡ଼ିଛନ୍ତି । ଚୂଡ଼ାନ୍ତ ଭୋଟର ତାଲିକା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ।
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.