ଓଡ଼ିଶା ରାଜନୀତିରେ ପାଦ ଦେଲା ବିଆରଏସ୍

ଓଡ଼ିଶା ରାଜନୀତିରେ ପାଦ ଦେଲା ବିଆରଏସ୍

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗଙ୍କ ସମେତ ଓଡିଶାର ବହୁ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଯାହା ଚର୍ଚ୍ଚା ହେଉଥିଲା ସତ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗଙ୍କ ସମେତ ଓଡିଶାର ବହୁ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଯାହା ଚର୍ଚ୍ଚା ହେଉଥିଲା ସତ ହୋଇଛି । ଓଡିଶାର ବହୁ ନେତା ଗତକାଲି ହାଇଦ୍ରାବାଦ ଯାଇ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ଦଳରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।ଗମାଙ୍ଗ ପରିବାର ସମେତ ଓଡିଶାର ୯ ପୂର୍ବତନ ବିଧାୟକ ଏବଂ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କେସିଆରଙ୍କ ଦଳରେ ସାମିଲ ହୋଇଛନ୍ତି । ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଗମାଙ୍ଗ ପରିବାର ସମେତ ଜୟରାମ ପାଙ୍ଗିଙ୍କ ଭଳି ନେତା ବିଆରଏସରେ ସାମିଲ ହେଉଥିବାରୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା, ବିଶେଷକରି କୋରାପୁଟ ଜିଲ୍ଲାରେ ପଡିବାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ପ୍ରସଙ୍ଗ କେସିଆରଙ୍କ ମୁଖ୍ୟ ମୁଦ୍ଦା ହୋଇଥିବା ବେଳେ ଓଡ଼ିଶାର ଚାଷୀ ନେତାଙ୍କୁ ଦଳରେ ସାମିଲ କରିଛନ୍ତି । ତେଣୁ ଚର୍ଚ୍ଚା ହେଉଛି ଚାଷୀଙ୍କୁ ନିଜ ଦଳ ଆଡକୁ ଆଷର୍କିତ କରିବାକୁ ଉଦ୍ୟମ କରିପାରେ ଭାରତ ରାଷ୍ଟ୍ର ସମିତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.