୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

୨୦୨୩ ଆର୍ଥିକ ବର୍ଷ ରାଜ୍ୟ ବଜେଟ, ଆସନ୍ତୁ ଜାଣିବା କଣ ରହିଛି ଏଥର ବଜେଟ

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  । ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  ।

ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  । ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ବ୍ୟୟ ଅଟକଳ ହୋଇଛି ୨୨ ହଜାର ୫୨୭ କୋଟି ଟଙ୍କା  ।  ମିଶନ ଶକ୍ତି ବିଭାଗ  ପାଇଁ ରହିଛି ୨ ହଜାର ୫୫୪ କୋଟି ଟଙ୍କା  । ସେହିପରି ଖାଦ୍ୟ ଯୋଗାଣ ବିଭାଗ ପାଇଁ ବଜେଟରେ ରହିଛି ୧୨୨୯ କୋଟି ଟଙ୍କା  ।  ପଞ୍ଚାୟତିରାଜ ବିଭାଗ ପାଇଁ ୨୫ ହଜାର ୩୧୮ କୋଟି ବଜେଟରେ ବ୍ୟୟ ବରାଦ କରାଯାଇଛି  । ଜଳ ସମ୍ପଦ ବିଭାଗ ପାଇଁ ୧୦ ହଜାର ୭୭୫ କୋଟି ଟଙ୍କା ରହିଥିବାବେଳେ ଶକ୍ତି ବିଭାଗ ପାଇଁ ୩୦୦୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି  ।

ଅନ୍ୟପଟେ  ମହିଳା ଶିଶୁ ବିକାଶ ବିଭାଗ ପାଇଁ ୩୬୭୦ କୋଟି ଟଙ୍କା ରହିଛି  । ଉଚ୍ଚଶିକ୍ଷା ବିଭାଗ ପାଇଁ ୩୧୭୩ କୋଟି ବଜେଟରେ ବ୍ୟବ ବରାଦ କରାଯାଇଥିବାବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ପାଇଁ ବଜେଟରେ ରହିଛି ୧୭୬୯ କୋଟି ଟଙ୍କା  । ଯୋଜନା ଓ ସଂଯୋଜନା ବିଭାଗକୁ ୧୩ ହଜାର ୧୦୪ କୋଟି  । ପର୍ଯ୍ୟଟନ ବିଭାଗକୁ ମିଳିଛି ୬୬୦ କୋଟି  । ହସ୍ତତନ୍ତ ହସ୍ତଶିଳ୍ପ ୨୧୯ କୋଟି  । ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗକୁ ମିଳିଛି ୨ ହଜାର ୧୮୪ କୋଟି  । ନଗର ଉନ୍ନୟନ ଦବିଭାଗକୁ ମିଳିଛି ୭ ହଜାର ୯୧୪ କୋଟି ଟଙ୍କା  । ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରୟୁକ୍ତି ବିଦ୍ୟା ବିଭାଗ ପାଇଁ ବ୍ୟବ ବରାଦ ୩୫୬ କୋଟି ଟଙ୍କା  । ଅଣୁ-କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.