ଦଶମ ପରୀକ୍ଷା ଦେଲେ ଦେଲେ ଷ୍ଟାଣ୍ଡିଂ ବାବା

ଦଶମ ପରୀକ୍ଷା ଦେଲେ ଦେଲେ ଷ୍ଟାଣ୍ଡିଂ ବାବା

ହରିୟାଣରେ ଜାରି ରହିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀ ଜୋରସୋରେ ଲାଗି ପଡିଛନ୍ତି । ତେବେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ।

ହରିୟାଣରେ ଜାରି ରହିଛି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀ ଜୋରସୋରେ ଲାଗି ପଡିଛନ୍ତି । ତେବେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ପୂରା ରାଜ୍ୟରେ ଜଣେ ବାବାଙ୍କୁ ନେଇ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପଟେ ବାବାଙ୍କ ପରୀକ୍ଷା ଦେବା ଷ୍ଟାଇଲକୁ ନେଇ ବାବା ବେଶ ଚର୍ଚ୍ଚାରେ । ହରିୟାଣର ଭବାନୀ ଅନ୍ତର୍ଗତ ଖଣ୍ଡେସୁରୀ ବାବା ମନ ଗିରି ମହାରାଜ ତଥା ସନ୍ଥ ସୁରେନ୍ଦ୍ର ଗୁରୁବାର ଠିଆ ହୋଇ ଦଶମ ପରୀକ୍ଷା ଦେଇଛନ୍ତି ।ସେହିଭଳି ବାବା ମଧ୍ୟ ଦଶମ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ମାତ୍ର ସାଧୁସନ୍ଥଙ୍କ ପରୀକ୍ଷା ଦେବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ସାଧୁସନ୍ଥଙ୍କ ପରୀକ୍ଷା ଲାଗି ପଣ୍ଡିତ ଶିତାରାମ ବାଳିକା ସିନିୟର ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।


 

ଏଠାରେ କେବଳେ ସାଧୁସନ୍ଥ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ବାବା ସୁରନ୍ଦ୍ରଙ୍କ ପାଇଁ ଏକ ବକୃତା ଷ୍ଟାଣ୍ଡ ପ୍ରଦାନ କରାଯାଇଛି । ଫଳରେ ବାବା ସୁରନ୍ଦ୍ର ଷ୍ଟାଣ୍ଡିଂ ପରୀକ୍ଷା ଦେଇ ପାରିବେ । ଏପଟେ ବାବା ସୁରନ୍ଦ୍ରଙ୍କ ଏହା ପ୍ରଥମ ପରୀକ୍ଷା ଦେଉଥିବା ବେଳେ ଦଶମ ପରୀକ୍ଷାର ସମସ୍ତ ବିଷୟରେ ସେ ପରୀକ୍ଷା ଦେବେ ବୋଲି ଜଣାପଡିଛି । ଏହି ପରୀକ୍ଷା ଆସନ୍ତା ଏପ୍ରିଲ 26 ପର୍ଯ୍ୟନ୍ତ ଚାଲିବ । ଅନ୍ୟପଟେ ବାବା ସମଜାର ମଙ୍ଗଳ ପାଇଁ ୪୧ ଦିନ ଛିଡା ହୋଇ ତପସ୍ୟା କରିବାକୁ ସଙ୍କଳ୍ପ ମଧ୍ୟ କରିଛନ୍ତି । ତେବେ ବାବାଙ୍କ ଏହି ନିଆର ଷ୍ଟାଇଲ ପରୀକ୍ଷା ଦେବାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏଥିସହ ବାବାଙ୍କ ଏହି ପରୀକ୍ଷା ଦେବା ଷ୍ଟାଇଲକୁ ଦେଖିବା ଲାଗି ଲୋକଙ୍କ ମଧ୍ୟ ଭିଡ ଜମୁଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.