ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଅଣ୍ଡାକୁ ଉଦ୍ଧାର କରି ଏହାକୁ ନୁଆ ନଈ ହାଚେରିରେ ରଖାଯାଇଛି ।
ସୂଚନାଯୋଗ୍ୟ, ନଭେମ୍ବରରୁ ମେ ମାସ ଶେଷ ଯାଏଁ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳର ଟ୍ରଲର ଯୋଗେ ମାଛମରା ନିଷିଦ୍ଧ ଥାଏ । ହେଲେ ଏହାକୁ ଖୁଲମଖୁଲା ଉଲଘଂନ କରାଯାଉଛି । ବନ ବିଭାଗ ଓ ମେରାଇନ ଫିସରି ବିଭାଗ ପକ୍ଷରୁ ଉପଯୁକ୍ତ ପାଟ୍ରୋଲିଂ ହେଉ ନଥିବା ବେଳେ ଟ୍ରଲର ମାଲିକଙ୍କ ଠାରୁ ବିପୁଳ ଅର୍ଥ ନେଇ ଚୁପ୍ ବସିବା ଅଲିଭ ରିଡ଼ଲେ ପାଇଁ ପୁରୀ ଉପକୂଳ ଏବେ ମୃତ୍ୟୁର ଯନ୍ତା ହୋଇଛି । ଏଣୁ ପ୍ରକୃତିର ଏହି ସୁନ୍ଦର ଜୀବର ସୁରକ୍ଷା ପାଇଁ ସମସ୍ତେ ସଚେତନ ନହେଲେ ଅଲିଭ ରିଡଲେ ବିଲୋପ ହୋଇଯିବ ବୋଲି ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି ।