ରାଜ୍ୟରେ ମେ’ ପହିଲାରୁ ଉଭୟ ଅନଲାଇନ ଓ ଅଫଲାଇନରେ ହେବ ଓବିସି ସର୍ଭେ

ରାଜ୍ୟରେ ମେ’ ପହିଲାରୁ ଉଭୟ ଅନଲାଇନ ଓ ଅଫଲାଇନରେ ହେବ ଓବିସି ସର୍ଭେ

ଅନ୍‌ଲାଇନରେ ଜଣେ ବ୍ୟକ୍ତି ଓଏସ୍‌ସିବିସି ବା ଓବିସି କମିଶନଙ୍କ ୱେବ୍‌ସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ।

ରାଜ୍ୟରେ ମେ’ ପହିଲାରୁ ଓବିସି ବା ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ। ବିହାର ପରେ ଓଡ଼ିଶା ଏହି ପଛୁଆ ବର୍ଗଙ୍କ ସର୍ଭେ କରିବାକୁ ଯାଉଛି। ମେ’ ୨୦ରେ ଏହି ସର୍ଭେ ଶେଷ ହେବ। ଏହା ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେଶାଲ ଡ୍ରାଇଭ ଚାଲିବ। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ସର୍ଭେ ହେବ। ଏନେଇ ବୁଧବାରଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
ଅନ୍‌ଲାଇନରେ ଜଣେ ବ୍ୟକ୍ତି ଓଏସ୍‌ସିବିସି ବା ଓବିସି କମିଶନଙ୍କ ୱେବ୍‌ସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଅଫ୍‌ଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡରେ ଏନୁମରେଟର ସେଣ୍ଟର ଖୋଲିବ। ଅଙ୍ଗନୱାଡି କିମ୍ବା ସ୍କୁଲ ଘରେ ଏହି ସେଣ୍ଟର ଖୋଲିବ। ଅଫ୍‌ଲାଇନ ସର୍ଭେରେ ଏନୁମରେଟର ଭାବେ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ନିୟୋଜିତ ହେବେ। ପଞ୍ଜୀକରଣ ପାଇଁ ଆଇସିଡିଏସ୍‌ ସୁପରଭାଇଜରଙ୍କୁ ଆଧାର, ଭୋଟର କାର୍ଡ, ପାନ୍‌ କାର୍ଡ କିମ୍ବା ପାସ୍‌ପୋର୍ଟକୁ ଦେଖାଇ ପାରିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ଖୋଲା ରହିବ। ଭୁବନେଶ୍ୱରରେ ୧୦୧ କେନ୍ଦ୍ରରେ ସର୍ଭେ କାର୍ଯ୍ୟ ହେବ। ମୋଟ ୨୦୮ ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ଅଫ୍‌ଲାଇନ ସର୍ଭେ ପାଇଁ ସହରାଞ୍ଚଳରେ ମାଷ୍ଟର ଟ୍ରେନରଙ୍କ ତାଲିମ ଶେଷ ହୋଇଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମାଷ୍ଟର ଟ୍ରେନରମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଦେବେ। ଦ୍ୱିତୀୟ ପର୍ଯ୍ୟାୟ ତାଲିମ ୧୮ରୁ ୨୪ ମଧ୍ୟରେ ଦିଆଯିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.