ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି । .. ପ୍ରଥମ ଦିନର ୩୧୫ଟି ଜୋନରେ ଗଣତି ହୋଇଛି । ଶେଷ ଖବର ଯାଏ, ବିଜେଡି ୨୮୨ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବାବେଳେ ବିଜେପି ୧୨ଟିରେ ଆଗୁଆ ରହିଛି, କଂଗ୍ରେସ ୧୬ଟିରେ ଆଗୁଆ ରହିଛି ଏବଂ ଅନ୍ୟପ୍ରାର୍ଥୀମାନେ ୫ଟି ଜୋନରେ ଆଗରେ ରହିଛନ୍ତି ।
ପ୍ରଥମ ଦିନ ଗଣତି ସୁଦ୍ଧା ପ୍ରାୟ ୧୬ଟି ଜିଲ୍ଲାରେ ବିଜେପି ଖାତା ଖୋଲି ନଥିବାବେଳେ ୨୨ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲା ପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।
Ratnamani Maharana
Shakespeare, in the beautiful garden, among the party. Some of the hall: in fact she was ever to.
Categories
- Nature (11)
- News (7)
- Design (1)
- Entertainment (1)
- Lifestyle (1)
Lastest Posts
L
-
-
Karan Johar appeals to government to allow cinemas to operate, writes cinemas are safe
30 Dec, 2021 15,968 views -
-
Your experience on this site will be improved by allowing cookies.
Cookie Policy