ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ

ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ, ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା

ପଞ୍ଚାୟତ ନିର୍ବାଚନ ନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ସତ୍ୟପାଠ ଜରିଆରେ ପ୍ରାର୍ଥୀମାନଙ୍କୁ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥୀ ନିଜର ସମସ୍ତ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବା ବାଧ୍ୟତାମୂଳକ। ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଦେବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଏଥିରେ କୁହାଯାଇଛି।

ଅଧ୍ୟାଦେଶ ଜରିଆରେ ରାଜ୍ୟ ସରକାର ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରୁଥିଲେ । ହେଲେ ତଥ୍ୟ ପ୍ରଦାନ ବାଧ୍ୟତାମୂଳକ ନଥିଲା କି ଭୁଲ୍ ତଥ୍ୟ ପାଇଁ ଦଣ୍ଡବିଧି ନଥିଲା । ଏଣୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସଂଶୋଧନ ଆଣି ଦଣ୍ଡ ବ୍ୟବସ୍ଥା କରିଛନ୍ତି । ଗତକାଲି ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସଂପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୫, ଓଡ଼ିଶା ପଞ୍ଚାୟତ ସମିତି ଆଇନ-୧୯୫୯ର ଧାରା ୪୫ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ଧାରା ୩୩ରେ ସଂଶୋଧନ ଅଣାଯାଇଛି ।

ସଂଶୋଧିତ ଆଇନ ଅନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ଏସବୁ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଫେବ୍ରୁଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନୂଆ ଆଇନ ଲାଗୁ କରାଯିବ । ସେହପରି ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୪୪ ଓ ପଞ୍ଚାୟତ ସମିତି ଆଇନର ଧାରା ୨୦ରେ ସଂଶୋଧନ କରାଯାଇ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ବେଳେ ରିଲିଫ, ଥଇଥାନ ଓ ପୁନଃନିର୍ମାଣରେ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହେବେ ।

ପଢନ୍ତୁ: ମମିତା ମିଷ୍ଟ୍ରି

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.