ରାଜ୍ୟରେ ପ୍ରତିଦିନ ବଢୁଛି ପେଟ୍ରୋଲ-ଡିଜେଲ ଦର

ରାଜ୍ୟରେ ପ୍ରତିଦିନ ବଢୁଛି ପେଟ୍ରୋଲ-ଡିଜେଲ ଦର

ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି।

ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା  ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି। ଏହାଫଳରେ, ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ହେଲା ୧୦୭.୧୧ ଓ ଡିଜେଲ୍ ୯୬.୮୩ ଟଙ୍କା। ଏଣେ  ପେଟ୍ରୋଲ ଓ ଡିଜେଲ୍ ଦାମ୍ ସାରା ଦେଶରେ ଲିଟର ପିଛା ପେଟ୍ରୋଲ ୮୦ ପଇସା ଓ ଡିଜେଲ୍ ଲିଟର ପିଛା ୭୦ ପଇସା ବୃଦ୍ଧି ପାଇଛି। ସମଗ୍ର ଦେଶରେ ଗୋଟିଏ ସପ୍ତାହରେ ୪.୮୦ ଟଙ୍କା ବୃଦ୍ଧି ପାଇଛି। ମାର୍ଚ୍ଚ ୨୨ ତାରିଖରୁ ତୈଳ ଦର ବଢିଛି। ଗତ ୮ ଦିନରେ ୭ ଥର ବୃଦ୍ଧି ଘଟିଛି। ଗତ ୮ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା ୫.୧୩ ଓ  ଡିଜେଲ ଲିଟର ପିଛା ୫.୦୯ ଟଙ୍କା ବୃଦ୍ଧି ପାଇଛି।

 

ପୂର୍ବରୁ ଗତ ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।
 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.