ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ନିଜ ନିଜ ଶିକ୍ଷାନୁଷ୍ଠାନରେ ନିଜ ଶିକ୍ଷକ ପ୍ରାକ୍ଟିକାଲ୍ ପରୀକ୍ଷା କରାଇବେ । - ଦୁଇଟି ସ୍କିମ୍‌ରେ ମୂଲ୍ୟାୟନ କରାଯିବ । -ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ । -ନଚେତ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟରଏଣ୍ଡ୍ ପରୀକ୍ଷାର ୨୦ ପ୍ରତିଶତ ମାର୍କରୁ ନମ୍ବର ମିଳିବ। -ଉଭୟ ପଦ୍ଧତ୍ତିରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।

ବିଳମ୍ବରେ ହେଉ ପଛେ ଘୋଷଣା ହୋଇଛି ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ତାରିଖ । ଏପ୍ରିଲ ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ଏକାସାଙ୍ଗରେ ପରୀକ୍ଷା ଆରମ୍ଭ ହେବ । ସମସ୍ତ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ । ତେବେ ଏଥର ନୂଆ ପଦ୍ଧତିରେ ଦୁଇଟି ସ୍କିମ୍‌ରେ ମୂଲ୍ୟାୟନ କରାଯିବ ବୋଲି ସୂଚନା ଦେଇଛି ସିଏଚ୍ଏସ୍ଇ । ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନଥିବା ବେଳେ ପରୀକ୍ଷା କିଭଳି ହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀ କେତେ ସନ୍ତୁଷ୍ଟ ହେଉଛନ୍ତି ତାକୁ ଅପେକ୍ଷା ରହିଛି ।


 

ଏପ୍ରିଲ୍ ୨୮ରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଜି ତାରିଖ ଘୋଷଣା କରିଛି । ଦ୍ୱାଦଶ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୁଳକ ବିଷୟର ସମସ୍ତ ପରୀକ୍ଷା ଅଫ୍‌ଲାଇନରେ ହେବ । ଗ୍ରୀଷ୍ଣ ପ୍ରବାହକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି ।

କିପରି ପରୀକ୍ଷା ହେବ, ଜାଣନ୍ତୁ..

-ନିଜ ନିଜ ଶିକ୍ଷାନୁଷ୍ଠାନରେ ନିଜ ଶିକ୍ଷକ ପ୍ରାକ୍ଟିକାଲ୍ ପରୀକ୍ଷା କରାଇବେ ।

- ଦୁଇଟି ସ୍କିମ୍‌ରେ ମୂଲ୍ୟାୟନ କରାଯିବ ।

-ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ।

-ନଚେତ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟରଏଣ୍ଡ୍ ପରୀକ୍ଷାର ୨୦ ପ୍ରତିଶତ ମାର୍କରୁ ନମ୍ବର ମିଳିବ।

-ଉଭୟ ପଦ୍ଧତ୍ତିରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।

ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବା ନେଇ ସୂଚନା ଦେଇଛି ସିଏଚ୍ଏସ୍ଇ । ପରୀକ୍ଷା ତାରିଖ ଘୋଷଣା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କରୋନା କାରଣରୁ ଦୁଇ ବର୍ଷ ଧରି ଦ୍ୱାଦଶ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଗତବର୍ଷ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବା ବେଳେ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଦ୍ୟରେ ଅସନ୍ତୋଷ ଦେଖଯାଇଥିଲା । ଏହାକୁ ନଜରରେ ରଖି ନୂଆ ପଦ୍ଧତିରେ ମୂଲ୍ୟାୟନ ହେବ । ତେଣେ ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଏକା ସମୟରେ ଦ୍ୱାଦଶ ପରୀକ୍ଷା ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ସରକାର ତାରିଖ ତ ଘୋଷଣା କରିଛନ୍ତି, ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥା କେତେ ଗ୍ରହଣୀୟ ହେଉଛି ତାହା ଦେଖିବା କଥା।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.