କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢା

ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଦଶ ପାଠପଢା (Plus two class) । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash ।

ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଦଶ ପାଠପଢା (Plus two class) । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash । ରାଜ୍ୟରେ ଏବେ ସାଢ଼େ ୩ ଲକ୍ଷ ୭୨ ହଜାର ପିଲା ନାମ ଲେଖାଇ ସାରିଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ଚାଲୁ ରହିଛି ।ଏବେ ବି ଯୁକ୍ତ ଦୁଇ ରେ କିଛି କଲେଜରେ ପିଲାମାନେ ଆଡମିଶନ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ ନେବେ। ହେଲେ ତା' ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ଗତ ଜୁଲାଇ ୨୭ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ପାସ ହାର ୯୪.୧୨ ପ୍ରତିଶତ । ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨ ହଜାର ୧୦୬ ପାସ କରିଥିଲେ । ତେବେ ଅନ୍ୟପଟେ ଗତ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.