ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା କଲେଜରେ ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ

ଫେବୃଆରୀ ପହିଲାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ୨୯ ସୁଦ୍ଧା କଲେଜରେ ପହଞ୍ଚିବ ପରୀକ୍ଷା ମାଟେରିଆଲ୍ସ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖରେ ଶେଷ ହେବ । ସେହିପରି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 5 ତାରିଖରେ ଶେଷ ହେବ । ସେହିପରି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଯାଏଁ ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଫେବୃଆରୀ ପହିଲାରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ମାଟେରିଆଲ୍ସ ଆସନ୍ତା 24 ତାରିଖ ସକାଳୁ ସିଏଚ୍ଏସ୍ଇ କାର୍ଯ୍ୟାଳୟରୁ ବାହାରିବ । 29 ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ଏହା ପହଞ୍ଚିବ । ଏ ନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ.ଅଶୋକ କୁମାର ନାୟକ ସମସ୍ତ ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି । 

ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା CHSE ମୁଖ୍ୟ କାର୍ଯ୍ୟାଳୟରୁ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ସକାଳ ସମୟରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯିବ । 29 ତାରିଖ ସୁଦ୍ଧା ସମସ୍ତ କେନ୍ଦ୍ରରେ ପହଞ୍ଚିବ ପ୍ରାକ୍ଟିକାଲ୍ ପ୍ରଶ୍ନପତ୍ର। 24 ରୁ 29 ତାରିଖ ମଧ୍ୟରେ ଯେଉଁ କଲେଜକୁ ପ୍ରଶ୍ନପତ୍ର ଯିବ, ତାହାକୁ ଗ୍ରହଣ କରିବା ପରବର୍ତ୍ତୀ ସମୟରେ ସତର୍କ ରହିବା ଆବଶ୍ୟକ । ବିପଥଗାମୀ ପରିସ୍ଥିତିରେ, ଯେ କୌଣସି ସମୟରେ ଉଚ୍ଚ ଶିକ୍ଷା ପରିଷଦର ଅଧିକାରୀମାନେ ଯାଞ୍ଚ ପାଇଁ କଲେଜରେ ପହଞ୍ଚିପାରନ୍ତି ।କଲେଜ ପ୍ରିନ୍ସିପାଲମାନଙ୍କୁ ଯତ୍ନର ସହିତ ଯାଞ୍ଚ ପରେ କିଭଳି ସୁରକ୍ଷିତ ଭାବରେ ରଖାଯିବ ସେନେଇ ମଧ୍ୟ ସୁରକ୍ଷା ସହିତ ରଖିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସେହିପରି ସମସ୍ତ ମାଟେରିଆଲ୍ସକୁ ଠିକ୍ ଭାବେ ତଦାରଖ ଏବଂ ଗଣିକରି ଅଧ୍ୟକ୍ଷମାନେ ରଖିବେ । ଯଦି କେଉଁଠି କମ୍ ଥାଏ, ତେବେ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଜଣାଇବେ । ପରୀକ୍ଷା କେନ୍ଦ୍ରକୁ ସମ୍ପୂର୍ଣ ଭାବରେ ସିସିଟିଭି ନଜରରେ ରଖାଯିବା ଆବଶ୍ୟକ । ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜର ଅଧକ୍ଷ ମାନଙ୍କୁ ଅନୁରୋଧ କରାଯାଇଛି । 

ଅନ୍ୟପଟେ ଆସନ୍ତା 30 ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ କ୍ୱାର୍ଟର୍ ଏଣ୍ଡ୍ (ଥିଓରୀ ଏବଂ ପ୍ରାକ୍ଟିକାଲ୍) ମାର୍କ ଗୁଡ଼ିକର ଅପ-ଲୋଡିଂ କରିବା ପାଇଁ ସମସ୍ତ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । SAMSରେ ଉପଲବ୍ଧ ଲିଙ୍କରେ ମାର୍କଗୁଡ଼ିକୁ ଅପ-ଲୋଡିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ସିଷ୍ଟମରେ କୌଣସି ବୈଷୟିକ ଅସୁବିଧାକୁ ଏଡାଇବାକୁ ସମସ୍ତ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି । ଏହା ସହ ସମସ୍ତ ମାର୍କ ଯେଭଳି ଭାବରେ ସଠିକ୍ ଭାବରେ ଅପଲୋଡ୍ ହେବା ଆବଶ୍ୟକ । ଏହି ପ୍ରକ୍ରିୟାରେ ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ ଏହାକୁ ଅତି ଗମ୍ଭୀରତା ସହିତ ନିଆଯିବ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.