ମିହିର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ । କହିଲେ, ନିଜ ଅଭିନୟ ମାଧ୍ୟମରେ ଅନେକଙ୍କ ହୃଦୟ ଜିତିଥିଲେ ମିହିର ଦାସ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା । ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ଅମ୍ଲାନ ମୁଖାଗ୍ନି ଦେଇଥିଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ ଥିବା ଆଉ ଏକ ଘରେ ଶେଷ ଦର୍ସନ ପାଇଁ ରଖାଯାଇଥିଲା। ସେଠାରୁ ପୁଣି ଶୋଭାଯାତ୍ରାରେ କଟକ ସତୀ ଚୌରାକୁ ନିଆଯାଇଥିଲା।