ଆଜି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ଆଜି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ୧୨ ଦିନରେ ପହଞ୍ଚିଛି । ୟୁକ୍ରେନର ସ୍ଥିତି ଅଣାୟତ ହୋଇପଡି ଥିବାବେଳେ ଋଷ ଆକ୍ରୋଷର ନିଆଁରେ ଜଳୁଛି ୟୁକ୍ରେନ । ଏହାରି ମଧ୍ୟରେ ଆଜି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ୧୨ ଦିନରେ ପହଞ୍ଚିଛି । ୟୁକ୍ରେନର ସ୍ଥିତି ଅଣାୟତ ହୋଇପଡି ଥିବାବେଳେ ଋଷ ଆକ୍ରୋଷର ନିଆଁରେ ଜଳୁଛି ୟୁକ୍ରେନ । ଏହାରି ମଧ୍ୟରେ ଆଜି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନରେ ୟୁକ୍ରେନର ରାଷ୍ଟ୍ରତିଙ୍କ ସହ ମୋଦିଙ୍କ ବାର୍ତ୍ତାଳପ ନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି ।ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ଆଲୋଚନା କରିପାରନ୍ତି ମୋଦି । ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି 2 ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା । ତେବେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.