ଚଳିତ ବର୍ଷ ରଥଯାତ୍ରା ପାଇଁ ସରିଲା ପ୍ରଥମ ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ରଥଯାତ୍ରା ପାଇଁ ସରିଲା ପ୍ରଥମ ପ୍ରସ୍ତୁତି ବୈଠକ

ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁନ ୨୦ରେ ହେବାକୁ ଯାଉଛି। ଦାରୁବ୍ରହ୍ମଙ୍କ ଘୋଷଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରାଥମିକ ପ୍ରସ୍ତୁତି ବୈଠକ ।

ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁନ ୨୦ରେ ହେବାକୁ ଯାଉଛି। ଦାରୁବ୍ରହ୍ମଙ୍କ ଘୋଷଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରାଥମିକ ପ୍ରସ୍ତୁତି ବୈଠକ । ପ୍ରାଥମିକ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଛନ୍ତି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଷୟ ତୃତୀୟାଠାରୁ ସୁନାବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ରଥଯାତ୍ରା କିଭଳି ଯଥାଶୀଘ୍ର ୟୁନୋସ୍କୋ ଐତିହ୍ୟ ମାନ୍ୟତା ପାଇବଏନେଇ ଆଲୋଚନା କରିଥିଲେ। ଚଳିତ ବର୍ଷ ରଥଯାତ୍ରା ଜୁନ୍‌ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.