ପ୍ରଥମ ଥର କ୍ୟାମେରାରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଲତୀ ମ୍ୟାରି

ପ୍ରଥମ ଥର କ୍ୟାମେରାରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଲତୀ ମ୍ୟାରି

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ବାମୀ ନିକ୍‌ ଜୋନ୍‌ସ ଶେଷରେ ତ‌ାଙ୍କ ଝିଅର ଫଟୋକୁ ଦୁନିଆ ମମ୍ମୁଖକୁ ଆଣିଛନ୍ତି। ଜନ୍ମ ହେବା ଦିନରୁ ନିଜ ଝିଅର ଚେହେରାକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିଥିବା ପ୍ରିୟଙ୍କା ଶେଷରେ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତଃ ଘଟାଇଛନ୍ତି।

ପ୍ରିୟଙ୍କାଙ୍କ ଝିଅ ମାଲତୀ ମ୍ୟାରିକୁ ୧ ବର୍ଷ ପୂର୍ତ୍ତି ହେବାର ସପ୍ତାହେ ପରେ ସେ ତାଙ୍କର ଫଟୋଗୁଡ଼ିକୁ ସର୍ବସାଧାରଣ କରିଛନ୍ତି। ଜୋନାସ୍‌ ବ୍ରଦର୍ସଙ୍କର ଏକ ଉତ୍ସବରେ ପ୍ରିୟଙ୍କା ଝିଅ ମାଲତୀ ସହ ଯୋଗ ଦେଇଥିବା ଅବସରରେ ତାଙ୍କ ଫଟୋଗୁଡ଼ିକ ଭାଇରାଲ୍‌ ହୋଇଛି।

ଉତ୍ସବରେ ନିକ୍‌ ଜୋନାସ୍‌ଙ୍କ ବ୍ୟତୀତ ତାଙ୍କ ଭାଇ କେଭିନ୍‌, ଜୋୟ ଏବଂ ସେ ଦୁହିଁଙ୍କ ପତ୍ନୀ ବି ନଜର ଆସିଥି‌ଲେ। ଏକ ଗ୍ରୁପ୍‌ ଫଟୋରେ ସେ ସମସ୍ତେ ଦେଖିବାକୁ ମିଳିଥିଲେ। ଫଟୋରେ ମାଲତୀ ପ୍ରିୟଙ୍କାଙ୍କ କୋଳରେ ବସିଥିବା ଦେଖିବାକୁ ମିଳିଛି।

୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍‌ ଜୋନ୍‌ସଙ୍କର ମାଲତୀ ହେଉଛି ପ୍ରଥମ ସନ୍ତାନ। ଗତ ଜାନୁଆରିରେ ମାଲତୀ ଜନ୍ମ ଗ୍ରହଣ କରିଥିବା ବେ‌ଳେ ତାଙ୍କ ଜନ୍ମ ହେବା ଖବର ପ୍ରଥମେ ଲୋକଙ୍କୁ ଦେଇଥିଲେ ନିଜେ ପ୍ରିୟଙ୍କା। ସେ ତାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏକ ପୋଷ୍ଟ କରି  ଲେଖିଥିଲେ, ‘ସରୋଗେଟ୍‌’ ଜରିଆରେ ସନ୍ତାନଟିଏ ପାଇଥିବା କଥା ସୁନିଶ୍ଚିତ କରି ଆମେ ଆନନ୍ଦରେ ଅଧୀର ହୋଇପଡ଼ିଛୁ। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରିବାର ଉପରେ ଧ୍ୟାନ ନିବଦ୍ଧ କରିଥିବାରୁ ଆମକୁ ଟିକେ ନିରୋଳାରେ ଛାଡ଼ିବାକୁ ସବିନୟ ଅନୁରୋଧ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ।’ ନିକ୍‌ ଜୋନାସ୍‌ ମଧ୍ୟ ତାଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଉକ୍ତ ପୋଷ୍ଟ୍‌କୁ ସେୟାର୍‌ କରିଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.