ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ପ୍ରୋ ଲିଗ୍ ହକି: ଆଜି କଳିଙ୍ଗରେ ମୁହାଁମୁହିଁ ହେବେ ଭାରତ-ଜର୍ମାନୀ

ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ ।

ଆଜି କଳିଙ୍ଗରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକିରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ । ଆଜି ସଂଧ୍ୟା ୫ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତ ଶେଷ ଥର ଲାଗି ଜର୍ମାନୀ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା । ୨୦୦୬ ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏହି ୫ଟି ମୁକାବିଲାରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ଜିତିଛି । ଚଳିତ ପ୍ରୋ ଲିଗ୍‌ରେ ଭାରତ ପ୍ରଥମେ ଚୀନ୍‌ ବିପକ୍ଷରେ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲା । କଳିଙ୍ଗ ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚରେ ୨-୧ରେ ଜିତିଥିଲା ବେଳେ ଦ୍ବିତୀୟ ମ୍ୟାଚକୁ ୩-୪ରେ ହାରିଥିଲା । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ମ୍ୟାଚରେ ବିଜୟ ଲାଭ କରି ଅଲମ୍ପିକ୍ସର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।  

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.