ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ

ନୋ ଭେଣ୍ଡିଂ ଜୋନ୍ ହେବ ଶ୍ରୀମନ୍ଦିର ବଡଦାଣ୍ଡ

ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ବଡ ଦାଣ୍ଡକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଛି। ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠା ଦୋକାନ ।

ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ବଡ ଦାଣ୍ଡକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଛି। ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠା ଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ବ ଉଠା ଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯିବ । ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ ।

ସୂଚନାନୁସାରେ, ରକାରଙ୍କ ଥଇଥାନ ନିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠା ଦୋକାନୀ । ତେବେ ସରକାର ଉଠା ଦୋକାନୀମାନଙ୍କୁ ଯେଉଁଠାରେ ଥଇଥାନ କରିବା ପାଇଁ ନେଉଛନ୍ତି ସେଠାରେ ବଡଦାଣ୍ଡ ଭଳି ବେପାର ହେବନାହିଁ । ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠା ଦୋକାନକୁ ଉଚ୍ଛେଦ କରାଯାଉ । ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଉଠା ଦୋକାନୀ ସଂଘ । ତେବେ ଡିସେମ୍ବର ୨୫ ସୁଦ୍ଧା ଏହି କାର୍ଯ୍ଯ ସାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.