ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ପଶ୍ଚିମାଝଡ

ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ପଶ୍ଚିମାଝଡ

ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ପଶ୍ଚିମାଝଡ। ଏ ପଶ୍ଚିମାଝଡ ରାଜ୍ୟରୁ ଯାଇନଥିଲାବେଳେ ଆଉ ଏକ ପଶ୍ଚିମାଝଡ ଆସୁଛି ଜାଣିବା ପରେ ଭୟଭୀତ ରାଜ୍ୟବାସୀ।

ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ପଶ୍ଚିମାଝଡ। ଏ ପଶ୍ଚିମାଝଡ ରାଜ୍ୟରୁ ଯାଇନଥିଲାବେଳେ ଆଉ ଏକ ପଶ୍ଚିମାଝଡ ଆସୁଛି ଜାଣିବା ପରେ ଭୟଭୀତ ରାଜ୍ୟବାସୀ। ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ଦେଖିବାକୁ ମିଳିବ । ୨୬ରେ ବିଜୁଳି ଘଡଘଡି ସହ ବର୍ଷା ହେବ । ୨୭ ତାରିଖରୁ କିଛି ଅଞ୍ଚଳରେ ବର୍ଷାର ବିସ୍ତୃତି ବଢିବ । ୨୭ ତାରିଖରେ ୧୧ ଉପକୂଳ ଜିଲ୍ଲା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେବେ । ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ଝଡ ପବନ ଜାରି ରହିବ । 

ସୂଚନାଯୋଗ୍ୟ, ଗତ ୧୫ ତାରିଖଠାରୁ ଓଡ଼ିଶାରେ ଅନୁଭୂତ ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକର ଏକର ଫସଲ ନଷ୍ଟ ହୋଇଯାଇଥିଲା। କେଉଁଠି ମୁଗ, ବିରି ଫସଲ ଉଜୁଡ଼ି ଯାଇଥିଲା ତ କେଉଁଠି ଫୁଲକୋବି ଓ ତରଭୁଜ ନଷ୍ଟ ହେବାର ଚିତ୍ର ସାମ୍ନାକୁ ଆସିଥିଲା। ସେ ଦୁଃଖକଷ୍ଟ ଚାଷୀ ମନରେ ତାଜା ଥିବା ବେଳେ ୨୬ରୁ ଆଉ ଏକ ପଶ୍ଚିମା ଝଡ଼ ଆଶଙ୍କା ପୂରା ଚାଷୀକୁଳକୁ ଚିନ୍ତାରେ ପକାଇ ଦେଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.