୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ। ପାରଦ ଊର୍ଧ୍ବଗାମୀ ହେବ। ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି।

ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ କମୁଛି। ଫଳରେ ରାତି ତାପମାତ୍ରା ଆସନ୍ତାକାଲିଠାରୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଯଦ୍ଦ୍ବାରା ଶୀତ ପ୍ରକୋପ ହ୍ରାସ ପାଇବ। ୨୭ ଓ ୨୮ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ କଟକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ। ୨୭ରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଏବଂ ଦେବଗଡ ଜିଲାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନ ରହିଛି। ୨୮ରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ। ଏହିଦିନ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। 

ପଢନ୍ତୁ: ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.