ଖଣ୍ଡାରେ କେକ୍‌ କାଟିଲେ ରାମ ରହିମ

ଖଣ୍ଡାରେ କେକ୍‌ କାଟିଲେ ରାମ ରହିମ

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି।

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି। ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତେବେ ଜେଲ୍‌ରୁ ବାହାରିକା ପରେ ଖୁସି ମନାଇବା ପାଇଁ ଖଣ୍ଡାରେ କେକ୍‌ କାଟିଛନ୍ତି ରାମ ରହିମ। ପାରୋଲ୍‌ରେ ଆସିବା ପରେ ରାମ ରହିମ ଖଣ୍ଡାରେ କେକ୍‌ କାଟି ଉତ୍ସବ ମନାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସେ ତାଙ୍କର ଜାମିନ ଆବେଦନରେ ଜାନୁଆରି ୨୫ରେ ଡେରାର ପୂର୍ବତନ ମୁଖ୍ୟ ଶାହା ସତନାମ ସିଂଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦର୍ଶାଇଥିଲେ। ତାପରେ ସେ ଜେଲ୍‌ ବାହାରକୁ ଆସିଛନ୍ତି। ବାହାରକୁ ଆସିବା ପରେ ରାମ ରହିମଙ୍କ ଖୁସି କହିଲେ ନସରେ। ଏପରିକି ସେ କେକ୍‌ କାଟିବା ବେ‌ଳେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଦୀର୍ଘ ୫ ବର୍ଷ ପରେ ଏହି ସୁଯୋଗ ପାଇଛି। ସେଥିପାଇଁ ମୁଁ ଏକାଥରେ ୫ଟା କେକ୍‌ କାଟିବା ଉଚିତ୍‌’। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.