ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଗୋଲମରିଚ, ଅଦା, ଡାଳଚିନି, ଲବଙ୍ଗ, ଜାଇଫଳ ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ।

ଚା’ ପିଇବା କାହାକୁ ପସନ୍ଦ ନୁହେଁ। ଶୀତଦିନ ଆସିଗଲେ ଚା’ ପିଇବାକୁ ପସନ୍ଦ କରୁ ନ ଥିବା ଲୋକେ ମଧ୍ୟ ଟ୍ରେରୁ ଗୋଟିଏ କପ୍‌ ଉଠାଇ ଏହାର ମଜା ନେଇଥାନ୍ତି। ବିଶେଷ କରି ଚା’ର ଶୀତଦିନେ ବେସ ଚାହିଦା ତେବେ ଚାଲନ୍ତୁ ଜାଣିବା ମସଲା ଚା’ର ରେସିପି ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

୨ରୁ ୩ଟି ଗୋଲମରିଚ, ଖଣ୍ଡେ ଅଦା, ଖଣ୍ଡେ ଡାଳଚିନି, ୨ରୁ ୩ଟି ଗୁଜୁରାତି, ୨ଟି ଲବଙ୍ଗ, ୩ରୁ ୪ଟି ତୁଳସୀ ପତ୍ର, ଖଣ୍ଡେ କଟା ଜାଇଫଳ, ଦୁଇ କପ୍‌ କ୍ଷୀର, ଏକ କପ୍‌ ପାଣି, ୨ ଚାମଚ ଚା’ ପତି, ସ୍ବାଦାନୁସାରେ ଚିନି।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଗୋଲମରିଚ, ଅଦା, ଡାଳଚିନି, ଲବଙ୍ଗ, ଜାଇଫଳ ଓ ତୁଳସୀ ପତ୍ର ପକାଇ ଭଲ ଭାବେ ଫୁଟାନ୍ତୁ। ପାଣିର ରଙ୍ଗ ହାଲୁକା ନୀଳ ହୋଇଗଲେ ଚିନି ଓ କ୍ଷୀର ପକାଇ କିଛି ସମୟ ଫୁଟାନ୍ତୁ। ଏହାପରେ ଚା’ ପତି ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପେସାଲ ମସଲା ଚା’। ଶୀତଦିନେ ଗରମ ଗରମ ପିଅନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.